Categories: ଜାତୀୟ

ସ୍ଥଗିତ ହେଲା ଅନିଲ ଦେଶମୁଖଙ୍କ ଜାମିନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି

ମୁମ୍ବାଇ,୨୦।୧: ୧୦୦ କୋଟି ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ହାଇକୋର୍ଟରୁ ମିଳିଥିବା ଜାମିନ ବିରୋଧରେ ସିବିଆଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଏହି ମାମଲାର ଶୁଣାଣି ଜାନୁଆରୀ ୨୩ରେ ହେବ ବୋଲି ଜଣାପଡ଼ିଛି। ସଲିସିଟର ଜେନେରାଲ ଉପଲବ୍ଧ ନ ଥିବାରୁ ଶୁକ୍ରବାର ଏହି ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ସିବିଆଇର ଏହି ଆବେଦନ ଉପରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପି.ଏସ୍‌ ନରସିଂମାଙ୍କ ଏକ ଖଣ୍ଡପୀଠ ଶୁଣାଣି କରୁଛନ୍ତି। ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟ ଦ୍ୱାରା ଦିଆଯାଇଥିବା ଜାମିନକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟରେ ଦାବି କରାଯାଇଛି। ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସିବଆଇ ଡିସେମ୍ବର ୧୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବର୍ତ୍ତମାନ ଦେଶମୁଖ ଜେଲରୁ ବାହାରିସାରିଛନ୍ତି।

Share