Categories: ଜାତୀୟ

ଅଗ୍ନିପଥ, ଗୁଜରାଟ ଦଙ୍ଗାକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କଲା ଭାଜପା

ହାଇଦ୍ରାବାଦ,୩ ।୭: ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ୨ ଦିନ ହେବ ହାଇଦ୍ରାବାଦରେ ଆରମ୍ଭ ହୋଇଛି । ଦ୍ୱିତୀୟ ଅର୍ଥାତ୍ ଶେଷ ଦିନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରାଜନୈତିକ ପ୍ରସ୍ତାବ ଉପସ୍ଥାପନ କରିଥିବା ବେଳେ ଏହାକୁ ପାସ୍ କରି ଦିଆଯାଇଛି । ଏହି ପ୍ରସ୍ତାବରେ ଗୁଜରାଟ ଦଙ୍ଗାକୁ ନେଇ ସୁପ୍ରିମକୋର୍ଟ ଯେଉଁଭଳି ଭାବେ ରାୟ ଦେଇଛନ୍ତି ତାକୁ ଭାଜପା ସ୍ୱାଗତ କରିଛି । ସେହିଭଳି ଭାଜପା ଏହି ବୈଠକରେ କହିଛି ଅପମାନ ସହିବା ପରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାମଲାରେ ଚୁପ୍ ରହିଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବି ସ୍ୱାଗତ କରାଯାଇଛି ।
ଭାଜପାର ରାଷ୍ଟୀୟ କାର୍ଯ୍ୟକାରିଣୀ ବୈଠକରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି, ଆମର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସମିତି ବୈଠକର ପ୍ରଥମ ଦିନରେ ଆମେ ଆର୍ଥିକ ସଂଳ୍ପକୁ ନେଇ ଚର୍ଚ୍ଚା କଲୁ । ଦ୍ୱିତୀୟ ଦିନ ରାଜନୈତିକ ସଂକଳ୍ପର ପାଳି । ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଉପସ୍ଥାପନ କଲେ ଓ ଏହାକୁ ସର୍ବସମ୍ମତିରେ ପାସ କରାଗଲା ।

Share