Categories: ଜାତୀୟ

ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି

ନୂଆଦିଲ୍ଲୀ,୨୪।୭: ଆମ ଆଦମୀ ପାର୍ଟି((ଏଏପି) ନେତା ତଥା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ମେଡିକାଲ ଗ୍ରାଉଣ୍ଡରେ ଏହି ଜାମିନ ଅବଧିକୁ ବୃଦ୍ଧି କରିଛନ୍ତି କୋର୍ଟ। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଜାମିନରେ ରହିବେ ବୋଲି କୋର୍ଟ କହିଛନ୍ତି।
ଜୈନଙ୍କ ପାଇଁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ଅଭିଶେକ ମନୁ ସିଂଭି କହିଥିଲେ ସତ୍ୟେନ୍ଦ୍ର ଜୈନଙ୍କର ମେରୁଦଣ୍ଡର ଅପରେଶନ ହୋଇଥିବାରୁ ତାଙ୍କୁ କିଛିଦିନ ଆରାମ କରିବା ଦରକାର। ଏହାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୨୧ରେ ହେବ।

Share