Categories: ଜାତୀୟ

ସୁପ୍ରିମକୋର୍ଟରୁ କବିତାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୫।୯: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ବିଆରଏସ ନେତା କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇଛନ୍ତି। ସୁପ୍ରିମକୋର୍ଟ ଇଡିର ସମନ ବିରୋଧରେ କବିତାଙ୍କ ପିଟିଶନ ଉପରେ ଶୁଣାଣି ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ଏହି ପ୍ରସଙ୍ଗରେ ଇଡି ସୁପ୍ରିମକୋର୍ଟଙ୍କୁ କହିଛି ଯେ, ସେପ୍ଟେମ୍ବର ୨୬ ପର୍ଯ୍ୟନ୍ତ କବିତାଙ୍କ ବିରୋଧରେ ସମନ ଜାରି ହେବ ନାହିଁ। ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିଆରଏସ ନେତା କବିତାଙ୍କୁ ଶୁକ୍ରବାର ହାଜର ହେବା ପାଇଁ ସମନ ଜାରି କରିଥିଲା।

Share