Categories: ଜାତୀୟ

ଅଜିତ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ୨ ସପ୍ତାହ ଘୁଞ୍ଚିଲା

ନୂଆଦିଲ୍ଲୀ,୩୦।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ଏନ୍‌ସିପି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ନିଷ୍ପତ୍ତି ନେବା ସମୟସୀମାକୁ ସୁପ୍ରିମକୋର୍ଟ ଫେବୃଆରୀ ୧୫ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସେମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଶରଦ ପାଓ୍ବ୍‌ାରଙ୍କ ଗୋଷ୍ଠୀ ପକ୍ଷରୁ ଆବେଦନ କରାଯାଇଥିଲା। ଅଜିତଙ୍କ ଗୋଷ୍ଠୀରେ ଥିବା ୯ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ଶରଦ ପାଓ୍ବାରଙ୍କ ଗୋଷ୍ଠୀ ପକ୍ଷରୁ ଜୟନ୍ତ ପାଟିଲ ପିଟିଶନ ଦାଖଲ କରିଥିଲେ।

ଜାନୁଆରୀ ୩୧ ସୁଦ୍ଧା ଏହା ଉପରେ ନିଷ୍ପତ୍ତି ନେବା ପାଇଁ ସର୍ବୋଚ୍ଚ ଅଦାଲତ ଗତବର୍ଷ ଅକ୍ଟୋବର ୩୦ରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଶୁଣାଣି ବେଳେ ବାଚସ୍ପତିଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ହାଜର ହୋଇ ଅଯୋଗ୍ୟ ଘୋଷଣା ନିଷ୍ପତ୍ତି ନେବା ପାଇଁ ଆଉ ୨ ସପ୍ତାହ ସମୟ ଦେବାକୁ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣଣ୍ଡପୀଠକୁ ନିବେଦନ କରିଥିଲେ।

Share