Categories: ଜାତୀୟ

ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୯: ଦେବାଳିଆ ମାମଲାର ବିଚାର ୩୩୦ ଦିନ ମଧ୍ୟରେ ଶେଷ କରିବାକୁ ସୁପ୍ରିମ୍‌କୋର୍ଟ (ଏସ୍‌ସି) ସୋମବାର କହିଛନ୍ତି। ନ୍ୟାଶନାଲ କମ୍ପାନୀ ଲ ଆପେଲେଟ୍‌ ଟ୍ରିବ୍ୟୁନାଲକୁ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିବା ଉପରେ ଶୀର୍ଷ କୋର୍ଟ ଗୁରୁତ୍ୱରୋପ କରିଛନ୍ତି।

ଆଇନଗତ ବ୍ୟବସ୍ଥା ଦ୍ୱାରା ଧାର୍ଯ୍ୟ କରାଯାଇଥିବା ସୀମାକୁ ମାନିବା ଆବଶ୍ୟକ ବୋଲି ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି କହିଛନ୍ତି। ପୂର୍ବରୁ ଅତ୍ୟଧିକ ବିଳମ୍ବ ହେଉଥିବାରୁ ଇନସୋଲଭାନ୍ସି ଏବଂ ବ୍ୟାଙ୍କରୁପ୍ଟସି (ଆଇବିସି) ଆଇନଗତ ଧାରା କାର୍ଯ୍ୟ କରିପାରି ନ ଥିଲା। ତେବେ ସାମ୍ପ୍ରତିକ ଆଇବିସିର ଅବସ୍ଥା ପୂର୍ବ ଭଳି ଯେପରି ନ ହେବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଉଥିବା କୋର୍ଟ କହିଛନ୍ତି।

କିଛିଦିନ ତଳେ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାଶ କହିଥିଲେ ଯେ, ଆଇବିସିରେ କେତେକ ପରିବର୍ତ୍ତନ ହେବାର ଆବଶ୍ୟକତା ରହିଛି। ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ଏଭଳି ମାମଲାର ଦାଖଲ କରିବାରେ ଅହେତୁକ ବିଳମ୍ବ ହେଉଥିବାରୁ ଏଥିରେ ସଂଶୋଧନ ଅପରିହାର୍ଯ୍ୟ ହୋଇ ପଡ଼ିଛି ବୋଲି ସେ କହିଛନ୍ତି।

ଦେବାଳିଆ କ୍ଷେତ୍ରରେ ଗତ ୪ ବର୍ଷ ତଳେ ରିକଭରି ପରିମାଣ ୪୫ ପ୍ରତିଶତ ଥିବାବେଳେ କରୋନା ମହାମାରୀ ଯୋଗୁ ,ବେ ଏହା ୪୦ ପ୍ରତିଶତରେ ପହଞ୍ଚିଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ନର କହିଥିଲେ।

Share