ନୂଆଦିଲ୍ଲୀ,୧୫।୧୨: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କାର ବିରୋଧରେ ତୃଳମୂଳ କଂଗ୍ରେସ ନେତା ମହୁଆ ମୋଇତ୍ରାଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବ। ବୁଧବାର ମୋଇତ୍ରା ତାଙ୍କ ପିଟିଶନର ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ। ଏହା ପରେ ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ଆଶ୍ୱାସନା ଦେଇ କହିଥିଲେ ଯେ ଶୀର୍ଷ ଅଦାଲତ ଶୀଘ୍ର ସୂଚୀବଦ୍ଧ କରି ଅନୁରୋଧ ଉପରେ ବିଚାର କରିବେ।
ଗତ ସପ୍ତାହରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ମହୁଆଙ୍କୁ ଲୋକ ସଭାରୁ ବହିଷ୍କାର କରାଯାଇଥିଲା। ମୋଇତ୍ରା ଲୋକ ସଭାର ଏଥିକ୍ସ କମିଟି ଉପରେ ପ୍ରର୍ଯ୍ୟାପ୍ତ ପ୍ରମାଣ ବିନା ନିଷ୍ପତ୍ତି ନେବା ଏବଂ ଅବାଧ୍ୟତାର ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ, ଲୋକ ସଭା ସଦସ୍ୟତା ରଦ୍ଦ ହେବା ବିରୋଧରେ ମହୁଆ ସୋମବାର ନିଜେ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ।