Categories: ଜାତୀୟ

ସଞ୍ଜୟ ସିଂଙ୍କ ଆବେଦନକୁ ନେଇ ଇଡିକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ପରବର୍ତ୍ତି ଶୁଣାଣି ଡିସେମ୍ବରରେ

ନୂଆଦିଲ୍ଲୀ,୨୦।୧୧: ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମପି ସଞ୍ଜୟ ସିଂଙ୍କ ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଡିସେମ୍ବର ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ। ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫକୁ ଚ୍ୟାଲେଞ୍ଜ କରିବା ପରିବର୍ତ୍ତେ ଆପଣ ନିମ୍ନ ଅଦାଲତରେ ଜାମିନ ଆବେଦନ କରିବା ଉଚିତ। ୧ଅକ୍ଟୋବରରେ ତାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୨୦ରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ସଞ୍ଜୟ ସିଂଙ୍କ ଗିରଫଦାରୀ କେବଳ ଆଇନ ଆଧାରରେ କରାଯାଇଛି ବୋଲି ହାଇକୋର୍ଟ କହିଛନ୍ତି। ତଦନ୍ତକାରୀ ସଂସ୍ଥା ରାଜନୈତିକ ଆଧାରରେ କାମ କରୁଥିବା ଅଭିଯୋଗ ହୋଇପାରିବ ନାହିଁ।

Share