Categories: ଜାତୀୟ

ପ୍ରାର୍ଥୀଙ୍କୁ ଭୋଟର ତାଲିକା ଯୋଗାଣ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିର୍ବାଚନ କମିଶନ ଭୋଟର ତାଲିକାର ଦୁଇଟି କପି ଯୋଗାଇବା ବ୍ୟବସ୍ଥା ଭୋଟର ପଞ୍ଜିକରଣ ନିୟମାବଳୀ, ୧୯୬୦ରେ ରହିଛି। ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିବା ବେଳେ ଏହା ଉପରେ କେନ୍ଦ୍ର ଓ ଅନ୍ୟ ପକ୍ଷଙ୍କୁ ଜବାବ ମଗାଯାଇଛି। ଭୋଟର ତାଲିକା ଛାପିବାରେ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଥିବାରୁ ଏହାର ବିକଳ୍ପ ବାହାର କରିବା ଲାଗି ଦୁଇଜଣ ଆଇନଜୀବୀ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଭୋଟର ତାଲିକା ଛାପିବା ଏବଂ ସେଗୁଡ଼ିକୁ ପ୍ରାର୍ଥୀମାନଙ୍କୁ ମାଗଣାରେ ଯୋଗାଇବାରେ ପ୍ରାୟ ୪୭.୮୪ କୋଟି ଟଙ୍କା ସରକାରଙ୍କୁ ବ୍ୟୟ କରିବାକୁ ପଡ଼ୁଛି ବୋଲି ସେମାନେ ଦର୍ଶାଇଥିଲେ। ପ୍ରଧାନ ବିଚାରପତି ୟୁ.ୟୁ. ଲଲିତ ଏବଂ ଜଷ୍ଟିସ ବେଲା ଏମ୍‌ ତ୍ରିବେଦୀଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି।

Share