Categories: ଜାତୀୟ

ବିଧାୟକଙ୍କ ଅଯୋଗ୍ୟତା ମାମଲା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ମୁମ୍ବାଇ,୧୮।୯: ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସହ ଜଡିତ ବିଧାୟକଙ୍କ ଅଯୋଗ୍ୟତା ସମ୍ବନ୍ଧୀୟ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ କହିଛନ୍ତି। ଏହି ଶୁଣାଣିରେ ସେ ମାମଲାର ସମାଧାନ ପାଇଁ ସମୟ ସୀମା ସ୍ଥିର କରିବେ। ଦୁଇ ସପ୍ତାହ ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି କହିବା ସହ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ତାଙ୍କୁ ସୂଚନା ଦେବା ଉଚିତ୍‌ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଅଦାଲତ କହିଛନ୍ତି , ଅଯୋଗ୍ୟତା ମାମଲା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରହିପାରିବ ନାହିଁ। ଉଦ୍ଧବ ଠାକରେ ଗୋଷ୍ଠୀ ନେତା ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏହି ଆବେଦନରେ କୁହାଯାଇଛି ଯେ, ୧୧ ମେ’ରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବାଚସ୍ପତି କାର୍ଯ୍ୟାଳୟ ଶନ୍ଦେ କ୍ୟାମ୍ପ ବିଧାୟକଙ୍କ ଅଯୋଗ୍ୟତା ଉପରେ ଶୁଣାଣି ତ୍ୱରାନ୍ବିତ କରିନାହାଁନ୍ତି।

Share