Advertisement
Categories: ଜାତୀୟ

ବିକ୍ରି ହେବ ଜେଟ୍‌ ଏୟାରଓ୍ବେଜ୍‌ର ସମ୍ପତ୍ତି

ନୂଆଦିଲ୍ଲୀ, ୭।୧୧:ଏୟାର ଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌କୁ ଗୁରୁବାର ସୁପ୍ରିମକୋର୍ଟଙ୍କଠାରୁ ଝଟକା ମିଳିଛି। ବନ୍ଦ ପଡ଼ି ରହିଥିବା ଏହି ଏୟାରଲାଇନ୍‌ର ସମ୍ପତିକୁ ବିକ୍ରି କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ଏହାସହ ଜେଟ୍‌ ଏୟାରଓ୍ବେଜ୍‌ ଏୟାରଲାଇନ୍‌ ଆଉ କେବେ ମଧ୍ୟ ଉଡ଼ାଣ ଭରି ପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ସମ୍ଭିଧାନର ଅନୁଚ୍ଛେଦ ୧୪୨ ଅନୁଯାୟୀ, ସୁପ୍ରିମକୋର୍ଟ ନିଜର ସ୍ବତନ୍ତ୍ର ସାମ୍ବିଧାନିକତ କ୍ଷମତାକୁ ବ୍ୟବହାର କରି ଏହି ଆଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପାର୍‌ଦିଓ୍ବାଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଜେଟ୍‌ ଏୟାରଓ୍ବେଜ୍‌’ର ରିଜୋସ୍ୟୁଶନ୍‌ ପ୍ଲାନକୁ ବଜାୟ ରଖିବା ପାଇଁ ନ୍ୟାଶ୍‌ନାଲ୍‌ କମ୍ପାନୀ ଲ ଆପ୍ପେଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ପକ୍ଷରୁ ପୂର୍ବରୁ ଦିଆଯାଇଥିବା ଆଦେଶକୁ ପ୍ରତ୍ୟାଖାନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share