Categories: ଜାତୀୟ

୧୨ ଭାଜପା ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ବଡ଼ ଝଟ୍‌କା ଦେଇ ସୁପ୍ରିମକୋର୍ଟ ଶୁକ୍ରବାର ୧୨ ଜଣ ଭାଜପା ବିଧାୟକଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜୁଲାଇ ୨୦୨୧ରେ ଅନୁଷ୍ଠିତ ବିଧାନସଭା ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ଭାଜପା ବିଧାୟକଙ୍କୁ ନିଲମ୍ବନ କରିବା ପ୍ରସ୍ତାବ ଅସାମ୍ବିଧାନିକ ଏବଂ ଅଯୌକ୍ତିକ ଅଟେ। ଜଷ୍ଟିସ ଏଏମ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏହି ମାମଲାରୁ ଶୁଣାଣି କରୁଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଟୁଇଟର୍‌ରେ ‘ସତ୍ୟମେବ ଜୟତେ’ ଲେଖିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ମହାରାଷ୍ଟ୍ର ସରକାର ୧୨ ଭାଜପା ବିଧାୟକଙ୍କୁ ଗତ ବର୍ଷ ନିଲମ୍ବିତ କରିଥିଲେ।

Share