Posted inଜାତୀୟ

ଅବୁ ସଲେମ ମାମଲା: କେନ୍ଦ୍ରର ଜବାବରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ ।୪: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆବେଦନକୁ ନେଇ କେନ୍ଦ୍ର ଦେଇଥିବା ଉତ୍ତରରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ମେ’ ୫ରେ ମାମଲାର ଶୁଣାଣି ବିସ୍ତାର ଭାବେ ହେବ । ସଲେମଙ୍କୁ ୨ଟି ମାମଲାରେ ମିଳିଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଦାବି କରିଛନ୍ତି କି ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ ସମୟରେ ରହିଥିବା ସର୍ତ୍ତ ମୁତାବକ ତାଙ୍କୁ ୨୫ ବର୍ଷରୁ ଅଧିକ ସମୟ ଜେଲରେ ରଖାଯାଇ ପାରିବ ନାହିଁ । ତେଣୁ ୨୦୨୭ରେ ସେ ମୁକ୍ତ ହେବେ ।
ଏହାର ଜବାବ ଦେଇ କେନ୍ଦ୍ର କହିଥିଲା ସଲେମଙ୍କୁ ମୁକ୍ତ ହେବାର ବିଚାର ୨୦୨୭ ନୁହେଁ ୨୦୩୦ରେ ହେବ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଦାଖଲ କରିଥିବା ଜବାବରେ କହିଛନ୍ତି ଏବେ ସଲେମଙ୍କ ମୁକ୍ତିକୁ ନେଇ ଆଲୋଚନା କରିବା ଆବଶ୍ୟତା ନାହିଁ । ସେ ଏ କଥା ଗିରଫ ହେବାର ୨୫ ବର୍ଷ ପରେ ଉଠାଇବା ଦରକାର ।

ଗୃହ ସଚିବ ଆହୁରି ମଧ୍ୟ କହିଛନ୍ତି ସୁପ୍ରିମ କୋର୍ଟ ସଲେଙ୍କ ଆବେଦନର କେବଳ ୨ଟି ମାମଲାର ତଥ୍ୟକୁ ଦେଖନ୍ତୁ । ଭାରତ ସରକାର ଓ ପର୍ତ୍ତୁଗାଲ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣାର ପାଳନ ସରକାରଙ୍କ ଉପରେ ଛାଡି ଦିଅନ୍ତୁ । ଏହାକୁ ନେଇ ଜଷ୍ଟିଶ ସଞ୍ଜୟ କିଶନ କୌଲ ଓ ଏମ ଏମ ସୁନ୍ଦରେଶଙ୍କ ବେଞ୍ଚ ଏହାର ଜବାବରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାରପତିମାନେ କହିଛନ୍ତି ଆବେଦନକାରୀଙ୍କ ପକ୍ଷରେ ଯାଉଥିବା ସମସ୍ତ କଥା କୋର୍ଟ ଉଠାଇବାର ଅଧିକାର ରହିଛି । ସରକାର ସ୍ଥିର କରିବେ ନାହିଁ ଯେ କୋର୍ଟ କେଉଁଟା ଶୁଣିବେ କେଉଁଟା ଶୁଣିବେ ନାହିଁ । କୋର୍ଟ ଏହା ବି ଅସ୍ୱୀକାର କରିଛନ୍ତି କି ପ୍ରତ୍ୟର୍ପଣ ସର୍ତ୍ତ ସଲେମଙ୍କୁ ତାଙ୍କ ଗିରଫର ୨୫ ବର୍ଷ ପରେ ଉଠାଇବା ଦରକାର ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ର ମହିଳା କୋଚ୍‌ରେ ଉଲଗ୍ନ ଅବସ୍ଥାରେ ଚଢ଼ିଗଲେ ବ୍ୟକ୍ତି, ତା’ ପରେ ଯାହା ହେଲା Video ଦେଖିଲେ…

ମୁମ୍ବାଇ,୧୭।୧୨: ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ହଠାତ୍‌ ମହିଳା କୋଚ୍‌ରେ ଜଣେ ବ୍ୟକ୍ତି ନିବସ୍ତ୍ର ହୋଇ ଚଢ଼ି ଯାଇତିଲେ।...

ସଂସଦରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ଏମ୍‌ପି ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗ୍‌କୁ ନେଇ ହଙ୍ଗାମା। ସୋମବାର ସେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍‌ ନେଇ ସଂସଦରେ ପହଞ୍ଚିବା ପରେ ଉତ୍ତେଜନା ଦେଖାଦେଇଥିଲା।...

ଏକ ଦେଶ-ଏକ ନିର୍ବାଚନ: ଭୋଟିଂରେ ଯୋଗ ଦେଲେନି ୨୦ରୁ ଅଧିକ ଭାଜପା ଏମପି, ଦଳକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୨: ସଂସଦରେ ଆଜି ଏକ ଦେଶ-ଏକ ନିର୍ବାଚନ ବିଲ ଆଗତ କରାଯାଇଛି। ଏଥିପାଇଁ କେନ୍ଦ୍ରରେ କ୍ଷମତାସୀନ ଦଳ ଭାଜପା ନିଜ ଏମପିମାନଙ୍କୁ ଏକ ହ୍ବିପ ଜାରି...

ରାଜନୀତିରେ ଭାଜପା ବିରୋଧୀ, ଏହା ସତ୍ତ୍ୱେ ‘ଓ୍ବାନ ନେଶନ-ଓ୍ବାନ ଇଲେକ୍ସନ’କୁ କାହିଁକି ସମର୍ଥନ କରୁଛନ୍ତି ଏହି ୪ ଦଳ? 

ନୂଆଦିଲ୍ଲୀ,୧୭।୧୨: ବହୁ ଚର୍ଚ୍ଚିତ  ‘ଓ୍ବାନ୍‌ ନେଶନ୍‌-ଓ୍ବାନ୍‌ ଇଲେକ୍ସନ୍‌’ ବିଲ୍‌ ଲୋକ ସଭାରେ ଉପସ୍ଥାପିତ ହୋଇଛି। କ୍ଷମତାରେ ଥିବା ଦଳମାନେ ଏହି ବିଲ୍‌କୁ ସମର୍ଥନ କରୁଥିବା ବେଳେ...

ବହୁମତ ଥାଇ ମଧ୍ୟ ହାରିଗଲେ ମୋଦି ସରକାର: ଲୋକସଭାରେ କଂଗ୍ରେସ ଦେଲା ଚକମା

ନୂଆଦିଲ୍ଲୀ,୧୭।୧୨: ମଙ୍ଗଳବାର ଲୋକସଭାରେ ବହୁମତ ସହିତ ପାରିତ ହୋଇଛି ”ଏକ ଦେଶ ଏକ ନିର୍ବାଚନ” ବିଲ୍। କେନ୍ଦ୍ରରେ ଭାଜପା ସରକାର ସମ୍ବିଧାନରେ ସଂଶୋଧନ ତଥା ଏକକାଳୀନ...

ଏକ ଦେଶ-ଏକ ନିର୍ବାଚନ: ସରିଲା ଖେଳ ସବୁ ବଦଳିଯିବ!

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ‘ଏକ ଦେଶ-ଏକ ର୍ନିବାଚନ’ ବିଲ୍‌କୁ ଆଜି ଲୋକ ସଭାରେ ଉପସ୍ଥାପିତ କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ...

ଲୋକ ସଭାରେ ଆଗତ ହେଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌, ବିରୋଧୀଙ୍କ ଜୋରଦାର ବିରୋଧ

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ମଙ୍ଗଳବାର ଲୋକ ସଭାରେ ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍‌ ଆଗତ କରିଛନ୍ତି। ଏହି ବିଲ୍‌କୁ କଂଗ୍ରେସ, ଟିଏମ୍‌ସି, ସମାଜବାଦୀ ପାର୍ଟି...

ଏହି ମାସରେ କୁଏତ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୨୧-୨୨ରେ କୁଏତ ଗସ୍ତ କରିପାରନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଏତ ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri