Categories: ଜାତୀୟ

ଅବୁ ସଲେମ ମାମଲା: କେନ୍ଦ୍ରର ଜବାବରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ ।୪: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆବେଦନକୁ ନେଇ କେନ୍ଦ୍ର ଦେଇଥିବା ଉତ୍ତରରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ମେ’ ୫ରେ ମାମଲାର ଶୁଣାଣି ବିସ୍ତାର ଭାବେ ହେବ । ସଲେମଙ୍କୁ ୨ଟି ମାମଲାରେ ମିଳିଥିବା ଆଜୀବନ କାରାଦଣ୍ଡକୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଦାବି କରିଛନ୍ତି କି ପର୍ତ୍ତୁଗାଲରୁ ପ୍ରତ୍ୟର୍ପଣ ସମୟରେ ରହିଥିବା ସର୍ତ୍ତ ମୁତାବକ ତାଙ୍କୁ ୨୫ ବର୍ଷରୁ ଅଧିକ ସମୟ ଜେଲରେ ରଖାଯାଇ ପାରିବ ନାହିଁ । ତେଣୁ ୨୦୨୭ରେ ସେ ମୁକ୍ତ ହେବେ ।
ଏହାର ଜବାବ ଦେଇ କେନ୍ଦ୍ର କହିଥିଲା ସଲେମଙ୍କୁ ମୁକ୍ତ ହେବାର ବିଚାର ୨୦୨୭ ନୁହେଁ ୨୦୩୦ରେ ହେବ । କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ଦାଖଲ କରିଥିବା ଜବାବରେ କହିଛନ୍ତି ଏବେ ସଲେମଙ୍କ ମୁକ୍ତିକୁ ନେଇ ଆଲୋଚନା କରିବା ଆବଶ୍ୟତା ନାହିଁ । ସେ ଏ କଥା ଗିରଫ ହେବାର ୨୫ ବର୍ଷ ପରେ ଉଠାଇବା ଦରକାର ।

ଗୃହ ସଚିବ ଆହୁରି ମଧ୍ୟ କହିଛନ୍ତି ସୁପ୍ରିମ କୋର୍ଟ ସଲେଙ୍କ ଆବେଦନର କେବଳ ୨ଟି ମାମଲାର ତଥ୍ୟକୁ ଦେଖନ୍ତୁ । ଭାରତ ସରକାର ଓ ପର୍ତ୍ତୁଗାଲ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣାର ପାଳନ ସରକାରଙ୍କ ଉପରେ ଛାଡି ଦିଅନ୍ତୁ । ଏହାକୁ ନେଇ ଜଷ୍ଟିଶ ସଞ୍ଜୟ କିଶନ କୌଲ ଓ ଏମ ଏମ ସୁନ୍ଦରେଶଙ୍କ ବେଞ୍ଚ ଏହାର ଜବାବରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଚାରପତିମାନେ କହିଛନ୍ତି ଆବେଦନକାରୀଙ୍କ ପକ୍ଷରେ ଯାଉଥିବା ସମସ୍ତ କଥା କୋର୍ଟ ଉଠାଇବାର ଅଧିକାର ରହିଛି । ସରକାର ସ୍ଥିର କରିବେ ନାହିଁ ଯେ କୋର୍ଟ କେଉଁଟା ଶୁଣିବେ କେଉଁଟା ଶୁଣିବେ ନାହିଁ । କୋର୍ଟ ଏହା ବି ଅସ୍ୱୀକାର କରିଛନ୍ତି କି ପ୍ରତ୍ୟର୍ପଣ ସର୍ତ୍ତ ସଲେମଙ୍କୁ ତାଙ୍କ ଗିରଫର ୨୫ ବର୍ଷ ପରେ ଉଠାଇବା ଦରକାର ।

Share