Categories: ଜାତୀୟ

ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି-ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ଏସ୍‌ସି…

ନୂଆଦିଲ୍ଲୀ,୨୨।୭ : ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ ବିକ୍ରି ଏବଂ ଧୂମପାନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନେଇ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ(ଏସ୍‌ସି) ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଶୀର୍ଷକୋର୍ଟ କହିଛନ୍ତି ଯଦି ପବ୍ଲିସିଟି ଚାହୁଁଛନ୍ତି ତେବେ ଭଲ ମାମଲା ଆଣନ୍ତୁ। ମାତ୍ର ଏଭଳି ଆବେଦନ ଦାଖଲ କରନ୍ତୁ ନାହିଁ ବୋଲି କୋର୍ଟ କହିଛନ୍ତି।

ଭାରତରେ ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଧୂମପାନ ଅଭ୍ୟାସକୁ ଦୃଷ୍ଟିରେ ରଖି ଆଇନଜୀବୀ ଶୁଭମ୍‌ ଅଓ୍ବସ୍ଥୀ ଏବଂ ଋଷି ମିଶ୍ରାଙ୍କ ପକ୍ଷରୁ ଏହି ଆବେଦନ ଦାଖଲ କରାଯାଇଥିଲା।

Share