Categories: ଜାତୀୟ

କାବେରୀ ନଦୀ ପ୍ରସଙ୍ଗ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,୨୫।୮: ତାମିଲନାଡୁ ସରକାରଙ୍କ କାବେରୀ ଜଳ ଛାଡିବା ଆବେଦନ ଉପରେ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରି ଦେଇଛନ୍ତି। ତାମିଲନାଡୁ ଫସଲ ପାଇଁ କର୍ନାଟକ ଦ୍ୱାରା ପ୍ରତିଦିନ ୨୪,୦୦୦ କ୍ୟୁସେକ କାବେରୀ ଜଳ ଛାଡିବାକୁ ଦାବି କରିଥିଲା।

ଏଥି ସହିତ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି , ସୋମବାର କର୍ତ୍ତୃପକ୍ଷଙ୍କ ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ଜଷ୍ଟିସ ବି.ଆର ଗଓ୍ବଇଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ କର୍ନାଟକ ଦ୍ୱାରା ଛଡାଯାଇଥିବା ଜଳ ପରିମାଣ ଉପରେ କାବେରୀ ଜଳ ପ୍ରବନ୍ଧନ ପ୍ରାଧିକରଣ (ସିଡବ୍ଲୁଏମଏ)ରୁ ରିପୋର୍ଟ ମାଗିଥିଲେ। ସୂଚନାଯୋଗ୍ୟ, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ପି.କେ ମିଶ୍ରା ମଧ୍ୟ ବେଞ୍ଚରେ ସାମିଲ ଥିଲେ।

ଏଏସଜି କହିଛି, ଏହି ପ୍ରସଙ୍ଗରେ ଆମର ବିଶେଷ ଅଭିଜ୍ଞତା ନାହିଁ। କର୍ତ୍ତୃପକ୍ଷ ସୋମବାର ବୈଠକ କରି ଆସନ୍ତା ଚାଳିଶ ଦିନ ପାଇଁ ଜଳ ଛାଡିବାକୁ ନିଷ୍ପତ୍ତି ନେବେ। ବେଞ୍ଚ କହିଛି, ଜଳ ଛାଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରାଯାଇଛି କି ନାହିଁ ତାହା ଜାଣିବା ପାଇଁ ସିଡବ୍ଲ୍ୟୁଏମ୍‌ଏ ଏହାର ରିପୋର୍ଟ ଦାଖଲ କରିବା ଉଚିତ୍‌।

Share