Categories: ଜାତୀୟ

ପୂର୍ବ ନିର୍ଦ୍ଧାରିତ ସମୟରେ ହେବ ନିଟ୍‌ ପିଜି ପରୀକ୍ଷା

ନୂଆଦିଲ୍ଲୀ,୧୩।୫: ନିଟ ପିଜି ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଏବେ ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ୍‌ ମେ’୨୧ରେ ନିଟ ପିଜି ପରୀକ୍ଷା ହେବ। ସୁପ୍ରିମକୋର୍ଟଙ୍କ କହିବା ଅନୁଯାୟୀ, ପରୀକ୍ଷା ଘୁଞ୍ଚାଇବା ଦ୍ୱାରା ୨ ଲକ୍ଷ ୬ ହଜାର ଛାତ୍ରୀଛାତ୍ର ପ୍ରଭାବିତ ହେବେ। ଗତ ୨ ବର୍ଷ ମଧ୍ୟରେ ଏତେ ସଂଖ୍ୟାରେ ପିଲାମାନେ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଆଡମିଶନରେ କୌଣସି ପ୍ରକାରର ବିଳମ୍ବ ହେଲେ ରୋଗୀ ସେବା ଏବଂ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହେବ।

Share