Categories: ଜାତୀୟ

ଦିଲ୍ଲୀ-ଏନ୍‌ସିଆର୍‌ରେ ବାଣ ନିଷେଧ ଆବେଦନ ଉପରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୧୪ା୯: ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ବାଣ ଉପରେ ନିଷେଧାଦେଶ ଜାରି କରିବା ଲାଗି ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ରାଜଧାନୀ ସହରରେ ବାଣ ବିକ୍ରି ଲାଗି ଅସ୍ଥାୟୀ ଲାଇସେନ୍ସ ଇସ୍ୟୁ ନ କରିବାକୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ଏବଂ ଅଧିକ ନିର୍ଦ୍ଦେଶ ଦିଆଯିବାର ଆବଶ୍ୟକତା ରହିଛି କି ନାହିଁ ତାହା ଅନୁଧ୍ୟାନ କରି ଦେଖିବେ ବୋଲି ଜଷ୍ଟିସ ଏ.ଏସ୍‌. ବୋପନ୍ନା ଏବଂ ଏମ୍‌.ଏମ୍‌. ସୁନ୍ଦ୍ରେଶଙ୍କ ଖଣ୍ଡପୀଠ କହିଛନ୍ତି।

Share