Posted inଜାତୀୟ

ଜାତି ଭିତ୍ତିକ ଜନଗଣନା ମଧ୍ୟରେ ମୋଦି ସରକାରଙ୍କ ବଡ ଦାବି, ଏସସି-ଏସଟି, ଓବିସିଙ୍କୁ ନେଇ ନିଆଗଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୧୦: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଦଳ ଭାଜପା ଏକ ବଡ଼ ଜୁଆ ଖେଳିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସରକାରୀ ବିଭାଗରେ ୪୫ଦିନ କିମ୍ବା ତା’ଠାରୁ ଅଧିକ ଚୁକ୍ତିଭିତ୍ତିକ ଚାକିରିରେ ଏସସି, ଏସଟି ଏବଂ ଓବିସିଙ୍କୁ ସଂରକ୍ଷଣ ଦିଆଯିବ।

କେନ୍ଦ୍ର ଆହୁରି ମଧ୍ୟ କହିଛି ଅସ୍ଥାୟୀ ପଦବୀରେ ସଂରକ୍ଷଣକୁ କଡାକଡି ଲାଗୁ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ର ସଂରକ୍ଷଣ ଦାବିରେ ଏକ ରିଟ ପିଟିସନର ଜବାବ ଦେଇଥିବାବେଳେ ସୁପ୍ରିମକୋର୍ଟରେ ଏହା କହିଛନ୍ତି।

‘ଲାଇଭ ଲ’ ଅନୁଯାୟୀ, କେନ୍ଦ୍ର ସରକାରୀ ପଦବୀ ତଥା ସେବାରେ ନିଯୁକ୍ତିକୁ ନେଇ ଏସସି, ଏସଟି ଏବଂ ଓବିସି ପ୍ରାର୍ଥୀଙ୍କୁ ଅସ୍ଥାୟୀ ନିଯୁକ୍ତିରେ ସଂରକ୍ଷଣ ଦିଆଯିବ।
ଓଏମରେ ସଂସଦୀୟ କମିଟିର ଏସସି ଏବଂ ଏସଟିଙ୍କ କଲ୍ୟାଣ ଉପରେ ଏକ ରିପୋର୍ଟକୁ ଦର୍ଶାଉଛି। ଏହା ଜଣାପଡିଛି ଯେ ସମସ୍ତ ବିଭାଗ ଅସ୍ଥାୟୀ ଚାକିରିରେ ସଂରକ୍ଷଣ ପାଇଁ ନିର୍ଦ୍ଦେଶନାମା ପାଳନ କରୁନାହାଁନ୍ତି।
୪୫ ଦିନ କିମ୍ବା ତା’ଠାରୁ ଅଧିକ ସମୟ ଧରି ଚାଲିଥିବା ସମସ୍ତ ଅସ୍ଥାୟୀ ନିଯୁକ୍ତିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଯୋଗାଇ ଦିଆଯିବା ନିଶ୍ଚିତ କରିବାକୁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଅନୁରୋଧ କରାଯାଇଛି ବୋଲି କେନ୍ଦ୍ର କହିଛି। ଏହି ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ସମ୍ପୃକ୍ତ ସମସ୍ତଙ୍କୁ ଅବଗତ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ପାଟପୁର ଥାନା ଭାରତରେ ଶ୍ରେଷ୍ଠ, ପୁରସ୍କୃତ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୧୭ା୧୧: ପୁଣିଥରେ ଓଡ଼ିଶାର ଥାନାକୁ ମିଳିଛି ଦେଶରେ ଶ୍ରେଷ୍ଠ ପୁରସ୍କାର। ଗଞ୍ଜାମ ଜିଲାର ପାଟପୁର ଥାନାକୁ ୨୦୨୪ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଦେଶର...

ଏଏପିର କଟା ଘା’ରେ ଲାଗିଲା ମଲମ! ଏଏପିରେ ଯୋଗ ଦେଲେ ଭାଜପା ବିଧାୟକ

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ଭାଜପା କିରାଡିର ବିଧାୟକ ଅନିଲ ଝାଙ୍କୁ ଏଏପିରେ ସାମିଲ କରିଛନ୍ତି।...

ଅବସର ପରେ ବି ରହିବେ ଟେନଶନ ଫ୍ରି, ଏବେଠୁ ମାସକୁ ପୋଷ୍ଟାଲରେ ୧୦୦୦ଟଙ୍କା ଜମା କଲେ ଏତିକି ଆସିବ ସୁଧ! ମାସ ଶେଷକୁ ମିଳିବ…

ନୂଆଦିଲ୍ଲୀ,୧୭।୧୧: ବିଶେଷଜ୍ଞମାନେ କହିଛନ୍ତି ଯେ ଦୀର୍ଘ ସମୟ ମଧ୍ୟରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ନିୟମିତ ବିନିଯୋଗ କରିବା ଭଲ । ଆଜିର ବଜାରରେ ଅନେକ...

ଭାଜପାରେ ମିଶିବେ କି କୈଳାସ ଗେହଲଟ୍‌, ବୀରେନ୍ଦ୍ର କହିଲେ ଏମିତି କିଛି…

ନୂଆଦିଲ୍ଲୀ,୧୭ା୧୧: ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ତଥା ବିଧାୟକ କୈଳାସ ଗେହଲଟ୍‌ ରବିବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ତାଙ୍କ ଇସ୍ତଫା ଆମ୍‌ ଆଦ୍‌ମୀ...

୪ ସଭା ରଦ୍ଦ କରି ନାଗପୁର ନ ଯାଇ ଦିଲ୍ଲୀ ପହଞ୍ଚିଲେ ଶାହା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ପାଇଁ ରବିବାର(୧୭ ନଭେମ୍ବର ୨୦୨୪) ହେବାକୁ ଥିବା ସାଧାରଣ ସଭା ତଥା ବୈଠକକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା...

ଏଏପିକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ କୈଳାଶ ଗେହଲୋଟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଅଟଳ ସରକାରରେ ପରିବହନ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ।...

‘ହାଲୋ, ମୁଁ ଲଶ୍କରର CEO କହୁଛି’…ଆର୍‌ବିଆଇକୁ ଆସିଲା ଧମକପୂର୍ଣ୍ଣ କଲ୍‌

ନୂଆଦିଲ୍ଲୀ,୧୭।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ଆସିଛି ଧମକପୂର୍ଣ୍ଣ କଲ୍‌। ବ୍ୟାଙ୍କର ଗ୍ରାହକ ସେବା(କଷ୍ଟମର କେୟାର) ନମ୍ବରକୁ ଜଣେ ଫୋନ୍‌ କରି ନିଜକୁ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର...

ଚନ୍ଦ୍ରଚୂଡଙ୍କୁ ଟାର୍ଗେଟ କଲେ ଉଦ୍ଧବ ଠାକରେ, କହିଲେ ନ୍ୟାୟ ଦେବା ବଦଳରେ…

ନୂଆଦିଲ୍ଲୀ,୧୭।୧୧: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଡି ଓ୍ବାଇ ଚନ୍ଦଚୂଡଙ୍କୁ ଟାର୍ଗେଟ କରିଛନ୍ତି। ଏକ ଜାତୀୟ ଗରମାଧ୍ୟମକୁ ସାକ୍ଷାତକାର ଦେଇ ସେ ସୁପ୍ରିମକୋର୍ଟର ପୂର୍ବତନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri