Categories: ଜାତୀୟ

ଭିକ୍ଷାବୃତ୍ତିକୁ ନିଷିଦ୍ଧ ଘୋଷଣା କରିଥିବା ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ,୧୦।୦୨: ବିଭିନ୍ନ ରାଜ୍ୟରେ ଭିକ୍ଷାବୃତ୍ତିକୁ ବେଆଇନ କରାଯାଇଛି। ଏ ସମ୍ପର୍କରେ ଦାଖଲ କରାଯାଇଥିବା ଏକ ଯାଚିକାର ଶୁଣାଣି କରିବାକୁ ରାଜି ହୋଇଯାଇଛନ୍ତି ସୁପ୍ରିମକୋର୍ଟ। ଅଶୋକ ଭୂଷଣ ଓ ଆର. ସୁଭାଷ ରେଡ୍ଡୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁଜରାଟ, ପଞ୍ଜାବ, ହରିୟାଣା, ବିହାର ଓ ମହାରାଷ୍ଟ୍ର ସରକାରଙ୍କୁ ଏ ନେଇ ନୋଟିସ ଜାରି କରିଛନ୍ତି। ଦାଖଲ ହୋଇଥିବା ଯାଚିକା ଉପରେ ଉତ୍ତର ରଖିବା ପାଇଁ ଏହି ସମସ୍ତ ରାଜ୍ୟଗୁଡ଼ିକୁ ୬ ସପ୍ତାହର ସମୟ ଦିଆଯାଇଛି।

ଆଡକୋକେଟ ଏଚ୍‌.କେ. ଚତୁରବେଦି ୨୦୧୮ରେ ଦିଲ୍ଲୀ ହାଇକୋର୍ଟରେ ଭିକ୍ଷାବୃତ୍ତିକୁ ଅପରାଧ ଦର୍ଶାଉଥିବା ଆଇନକୁ ହଟାଇବା ପାଇଁ ଯୁକ୍ତି ବାଢ଼ିଥିଲେ। ଆଉ ଥରେ କେ ପୂରା ଦେଶରେ ଭିକ୍ଷାବୃତ୍ତିକୁ ଅପରାଧ ମୁକ୍ତ କରିବାକୁ ଅନୁରୋଧ କରିଥିଲେ।

Share