ଦିଲ୍ଲୀ ସୀମାରୁ କୃଷକଙ୍କ ଆନ୍ଦୋଳନ ହଟାଇବା ଆବେଦନର ୧୬ରେ ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ତୁରନ୍ତ ହଟାଇବା ପାଇଁ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖରେ କରିବେ ସୁପ୍ରିମକୋର୍ଟ। କୃଷକ ଆନ୍ଦୋଳନ ଯୋଗୁ ରାସ୍ତା ବ୍ଲକ ହେବା ସହ ଦେଶରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ଏହାକୁ ହଟାଇବା ପାଇଁ ଆଇନ ଛାତ୍ର ଋଷଭ ଶର୍ମା ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି। ପ୍ରଧାନବିଚାରପତି ଏସ୍‌.ଏ. ବୋବଡେ, ଜଷ୍ଟିସ ଏ. ଏସ୍‌. ବୋପାନ୍ନା ଓ ଭି. ରାମାସୁବ୍ରମଣ୍ୟାନଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଆବେଦନର ଶୁଣାଣି ହେବ।

Share