Categories: ଜାତୀୟ

ଜ୍ଞାନବାପି ମାମଲା: ଶୁକ୍ରବାର ଗଠନ ହେବ ଖଣ୍ଡପୀଠ

ନୂଆଦିଲ୍ଲୀ,୧୦।୧୧: ଜ୍ଞାନବାପି ମାମଲାର ଶୁଣାଣି ନେଇ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଅପରାହ୍ନରେ ଏକ ଖଣ୍ଡପୀଠ ଗଠନ କରାଯିବ ବୋଲି କହିଛନ୍ତି। ମସ୍‌ଜିଦ ପରିସରରୁ ମିଳିଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ହିନ୍ଦୁ ପକ୍ଷ କୋର୍ଟକୁ ଅନୁରୋଧ କରିଥିଲା। ଗତ ମେ’ ୧୭ରେ ସୁପ୍ରିମକୋର୍ଟ ଶିବଲିଙ୍ଗର ସୁରକ୍ଷା ପାଇଁ ଦେଇଥିବା ନିର୍ଦ୍ଦେଶ ନଭେମ୍ବର ୧୨ରେ ଶେଷ ହେଉଥିବା ବେଳେ ଏହାକୁ ଅଧିକ ଦିନ ବଢ଼ାଇବା ଲାଗି ହିନ୍ଦୁ ପକ୍ଷଙ୍କ ଆଇନଜୀବୀ ବିଷ୍ଣୁଶଙ୍କର ଜୈନ କୋର୍ଟରେ ଆବେଦନ କରିଥିଲେ।

Share