Advertisement

ଗୋରୁଙ୍କୁ ବ୍ୟାପୁଛି ଚର୍ମ ବିଣ୍ଡି ରୋଗ

ବୈପାରିଗୁଡା,୮।୪ (ଡି.ଏନ୍‌.ଏ.): କୋରାପୁଟ ଜିଲା ବୈପାରିଗୁଡା ଅଞ୍ଚଳରେ ଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପୁଥିବା ଦେଖିବାକୁ ମିଳୁଛି। ତେବେ ଏପରି କ୍ଷେତ୍ରରେ ଭ୍ୟାକ୍ସିନ ନ ଥିବା କହି ପ୍ରାଣୀ ଚିକିତ୍ସା ବିଭାଗ ହାତ ଟେକି ବସିଛି। ଫଳରେ ଗୋରୁଙ୍କ ଚିକିତ୍ସା ଲାଗି ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବ୍ଲକର କେନ୍ଦୁଗୁଡା ପଞ୍ଚାୟତ କଦମଗୁଡା ଗ୍ରାମର ଗଣେଶ ଦାସଙ୍କ ୪ଟି ଗୋରୁ ଚର୍ମବିଣ୍ଡି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ା ଏଥିପାଇଁ ଚିକିତ୍ସା ଲାଗି ଗୋରୁଙ୍କୁ ସେ ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ପ୍ରାଣୀ ଚିକିତ୍ସାଳୟରେ ଔଷଧ ନ ମିଳିବାର ଗଣେଶ ବାହାରୁ ଔଷଦ ଆଣି ଗୋରୁଙ୍କ ଚିକିତ୍ସା କରୁଥିଲେ। ମାତ୍ର ଏଥିରୁ କିଛି ସୁଫଳ ମିଳୁନାହିଁ ବୋଲି ସେ କହିଛନ୍ତ। ଯଦି ପୂର୍ବରୁ ତାଙ୍କ ଗୋରୁଙ୍କୁ ଭ୍ୟାକସିନ୍‌ ପ୍ରଦାନ କରାଯାଇଥାନ୍ତା ତେବେ ଏପରି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ଗଣେଶ ଅଭିଯୋଗ କରିିଛନ୍ତି। ଏ ସମ୍ପର୍କରେ କେନ୍ଦୁଗୁଡା ପ୍ରାଣୀଧନ ନିରୀକ୍ଷକ ସୁବାସ ବିଶୋୟୀଙ୍କୁ ପଚାରିବାରୁ ସେ କହିଲେ, କେନ୍ଦୁଗୁଡା ପଞ୍ଚାୟତକୁ ୨ ମାସ ତଳେ ୭ ଶହ ଭ୍ୟାକ୍ସିନ୍‌ ଆସିଥିଲା। ସେତିକି ଭ୍ୟାକ୍ସିନ ଶେଷ ହେବା ପରେ ଆଉ ଆସିନାହିଁ। ବ୍ଲକ ବିଭିଓ ଦିପକ ରଞ୍ଜନ ଚୌଧୁରୀ ମଧ୍ୟ ଭ୍ୟାକ୍ସିନ୍‌ ମହଜୁଦ୍‌ ନ ଥିବା ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ଚିର୍ମ ବିଣ୍ଡି ଏକ ସଂକ୍ରମଣ ରୋଗ। ଦେଶରେ ବିଭିନ୍ନ ସ୍ଥାନରେ ଏହା ବ୍ୟାପୁଛି ା ବାହାର ଅଞ୍ଚଳର କୌଣସି ଗୋରୁ ଉକ୍ତ ଅଞ୍ଚଳକୁ ଆସିଲେ ତାକୁ ପ୍ରଥମେ କ୍ବାରେଣ୍ଟାଇନ୍‌ରେ ରଖିବା ଆବଶ୍ୟକ। ଏହା ହେଉ ନ ଥିବାରୁ କେତେକ କ୍ଷେତ୍ରରେ ଏପରି ସମସ୍ୟା ଦେଖାଦେଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ କିଛି ସପ୍ତାହ ଜିଲାର ବିଭିନ୍ନ ସ୍ଥାନର ଗୋରୁହାଟକୁ ବନ୍ଦ କରାଯାଇଥିଲା। ମାତ୍ର ଏବେ ସେ ସବୁ ଖୋଲାଯିବାରୁ ଏହି ରୋଗ ବ୍ୟାପୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share