ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି। ହେଲେ ଶିଳ୍ପ କାରଖାନାଗୁଡ଼ିକର ବେଖାତିର ମନୋଭାବ ଏବଂ ସ୍ଥାନୀୟ ନିଯୁକ୍ତି ପ୍ରତିଶ୍ରୁତିକୁ ଉପେକ୍ଷା ପ୍ରଶାସନକୁ ଅଡୁଆରେ ପକାଉଛି। କେବଳ ସେତିକି ନୁହେଁ, ଇଡ୍‌କୋ ଜରିଆରେ ଶିଳ୍ପ କାରଖାନା ପ୍ରତିଷ୍ଠା ପାଇଁ ଜମି ଅକ୍ତିଆର କରି କାରଖାନା ନିର୍ମାଣ ଆରମ୍ଭ ନ କରି ଗତ ପ୍ରାୟ ୩ ମାସ ହେବ ମୋରମ ଲୁଟରେ ମାତିଥିବା ଅଭିଯୋଗ ହୋଇଛି। ଜମି ପାଇଁ ପ୍ରାୟ ୨ କୋଟି ଟଙ୍କା ରାଜସ୍ବ ଦାଖଲ କରି ମୋରମ ଲୁଟ ବାବଦରେ ପ୍ରାୟ ୨୫ କୋଟି ଟଙ୍କା ଆୟ କରି ସାରିଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ପରିସ୍ଥିତି କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ କମ୍ପାନୀ ଜମିରେ ସୃଷ୍ଟି ହୋଇଥିବାବେଳେ ବିସ୍ଥାପିତ ଓ ଜମିହରା ଲୋକେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଏନେଇ ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟରେ ଖବର ପ୍ରକାଶ ପାଇବା ପରେ ଯାଜପୁର ଜିଲା ଲଘୁ ଖଣି ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ଚଢ଼ାଉ କରିବା ସହ ଗତ ୨ ଦିନ ହେବ ଡ୍ରୋନ କ୍ୟାମେରାରେ ମାପଚୁପ ଚାଲିଛି।

ଶିଳ୍ପାଞ୍ଚଳରେ ଭିସିଆଇ କେମିକାଲ୍ସ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ କମ୍ପାନୀକୁ କାରଖାନା ପ୍ରତିଷ୍ଠା ପାଇଁ ୨୨ ଏକର ଜମି ଇଡ୍‌କୋ ଜରିଆରେ ଯୋଗାଇ ଦିଆଯାଇଛି। ୨୯ା୧୧ା୨୦୨୩ରେ କାରଖାନା ପ୍ରତିଷ୍ଠା ପାଇଁ ହୋଇଥିବା ଜନଶୁଣାଣିରେ ଅଞ୍ଚଳବାସୀ ବିଭିନ୍ନ ସର୍ତ୍ତ ରଖି ସମର୍ଥନ କରିଥିଲେ। ବିଶେଷକରି ସେମାନେ ସ୍ଥାନୀୟ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପାରିପାର୍ଶ୍ୱିକ ଉନ୍ନୟନ ଭଳି ଅନେକ ଦାବି କରିଥିଲେ। ଏହାପରେ ଉକ୍ତ ୨୨ ଏକର ଜମିରେ ୧.୦ ଏଲ୍‌ଟିପିଏ କ୍ଷମତାବିଶିଷ୍ଟ ଗ୍ରୀନ ଫିଲ୍ଡ କୋଲଟାର ଡିଷ୍ଟିଲେଶନ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ କମ୍ପାନୀ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ଏକ ଠିକାସଂସ୍ଥାକୁ ଏହାର ଦାୟିତ୍ୱ ଦେଇଥିଲା ଭିସିଆଇ କମ୍ପାନୀ। କିନ୍ତୁ ଉକ୍ତ ଜମିରେ ବିପୁଳ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ମୋରମ ଦେଖି କମ୍ପାନୀ କର୍ତ୍ତୃପକ୍ଷଙ୍କ ଲୋଭ ବଢ଼ି ଯାଇଥିଲା। ଫଳରେ କାରଖାନା ନିର୍ମାଣସ୍ଥଳରେ ରାତିରେ ମୋରମ ଉତ୍ତୋଳନ କରୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଆଇନ ଅନୁସାରେ ପରିବେଶ ମଞ୍ଜୁର(ଇସି), କନସେଣ୍ଟ ଟୁ ଅପରେଟ(ସିଟିଓ) ଓ କନସେଣ୍ଟ ଟୁ ଏଷ୍ଟାବ୍ଲିସ(ସିଟିଇ) ଇତ୍ୟାଦିକୁ ଉଲ୍ଲଂଘନ କରି ମେଶିନ ସହାୟତାରେ ମୋରମ ଉତ୍ତୋଳନ କରାଯାଇ ଯଖପୁରା-ବାଂଶପାଳ ରେଳଲାଇନ ସମ୍ପ୍ରସାରଣ କାର୍ଯ୍ୟରେ ବିନିଯୋଗ କରାଯାଇଥିଲା। ଏନେଇ ଅଞ୍ଚଳବାସୀ ସ୍ଥାନୀୟ ରାଜସ୍ବ ବିଭାଗ, ପୋଲିସ ଏବଂ ଖଣି ବିଭାଗର ଦୃଷ୍ଟିଆକର୍ଷଣ କରିଥିଲେ ହେଁ କେହି ଶୁଣି ନ ଥିଲେ। ପରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଲଘୁ ଖଣି ବିଭାଗ ପକ୍ଷରୁ ଘଟଣାସ୍ଥଳରେ ତଦନ୍ତ କରାଯାଇଥିଲା। ଏଥିରେ ଲଘୁ ଖଣି ବିଭାଗ ମଧ୍ୟ କମ୍ପାନୀ ଫାଶରେ ଫସି ମୋରମ୍‌ ଲୁଟ୍‌ ହେଉନି ବରଂ ଜମି ସମତୁଲ କରାଯାଉଛି ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉଚ୍ଚପଦସ୍ଥ ଅଧିକାରୀ ଚାପ ଯୋଗୁ ଲଘୁ ଖଣି ବିଭାଗ ପକ୍ଷରୁ ଗତ ୧୨ ତାରିଖରେ ଚଢାଉ କରାଯାଇ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୁରୁବାରଠାରୁ ଲଘୁ ଖଣି ବିଭାଗ ପକ୍ଷରୁ ମୋରମ୍‌ ଉତ୍ତୋଳନ ହୋଇଥିବା ସ୍ଥାନରୁ ଡ୍ରୋନ୍‌ କ୍ୟାମେରାରେ ଫଟୋ ଉତ୍ତୋଳନ ସହ ମାପଚୁପ ଆରମ୍ଭ ହୋଇଛି। ତେବେ ଖଣି ବିଭାଗର ତଦନ୍ତରେ ବିପୁଳ ପରିମାଣର ବାଲି ଓ ମାଙ୍କଡା ପଥର ଜମି ପରିସରରେ ମିଳିଥିବା ଜଣାପଡିଛି। ଏହାପରେ ଲଘୁ ଖଣି ବିଭାଗ ପକ୍ଷରୁ ମୋରମ ଉତ୍ତୋଳନ ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ କମ୍ପାନୀ ଏହି ନିର୍ଦ୍ଦେଶକୁ ନ ମାନି ପୁଣି ମୋରମ ଉତ୍ତୋଳନ କରୁଥିବା ଅଭିଯୋଗ ହୋଇଥିଲା। ଏଥିରେ କେତେକ ପ୍ରଭାବଶାଳୀ ନେତାଙ୍କ ସହଯୋଗ ଥିବାରୁ ଲଘୁ ଖଣି ବିଭାଗର କାର୍ଯ୍ୟାନୁଷ୍ଠାନରେ ତତ୍ପରତା ପ୍ରକାଶ ପାଇ ନ ଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ମୋରମ ଲୁଟ ଅଞ୍ଚଳର ପରିସୀମା ବଡ଼ ହୋଇଥିବାରୁ ଫଟୋ ଓ ମାପଚୁପ ପାଇଁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯାଉଛି। ତଦନ୍ତ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୨୬।୧୦: ବାତ୍ୟା ପରେ ବନ୍ୟା ସ୍ଥିତି ହୋଇନି ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ସୂଚନା ଦେଇଛନ୍ତି। କିଛି କିଛି...

ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହି ୪ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୩ ପିଇଓଙ୍କ ସମେତ ଜଣେ ଆରଆଇଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ କାର୍ଯ୍ୟକ୍ରମ ଆରମ୍ଭ: ଯୋଗଦେଲେ ବିଶିଷ୍ଟ ସାମ୍ବାଦିକ

ଭୁବନେଶ୍ୱର,୨୬।୧୦: ଭୁବନେଶ୍ୱରରେ ପ୍ରେସ୍‌ କ୍ଲବ୍‌ରେ ଶନିବାର ‘ଅପର୍ଚୁନିଟିଜ୍‌ ଆଣ୍ଡ୍‌ ଚ୍ୟାଲେଞ୍ଜସ୍‌ ଇନ୍‌ ରିଜିଓନାଲ ମିଡିଆ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆ...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri