Categories: ଖେଳ

ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି

ବୁଏନ୍ସଏୟାର୍ସ,୧।୩(ଏପି): ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର କୋଚ୍‌ ବିଶ୍ୱକପ୍‌ ବିଜେତା ଲିଓନେଲ ସ୍କାଲୋନିଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସେ ୨୦୨୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ତାଙ୍କ ପଦବୀରେ ରହିବେ। ସୋମବାର ଚୁକ୍ତି ନବୀକରଣ କରାଯାଇଥିବା ଆର୍ଜେଣ୍ଟାଇନ୍‌ ଫୁଟ୍‌ବଲ ଆସୋସିଏଶନ (ଏଏଫ୍‌ଏ) ଓ ସ୍କାଲୋନି ସ୍ପଷ୍ଟ କରିଛନ୍ତି। ସୋମବାର ବିଳମ୍ବିତ ରାତିରେ ଫିଫା ପୁରସ୍କାର ପୂର୍ବରୁ ପ୍ୟାରିସରେ ୪୪ ବର୍ଷୀୟ ସ୍କାଲୋନି ଏବଂ ଏଏଫ୍‌ଏ ସଭାପତି କ୍ଲାଉଡିଓ ଟାପିଆଙ୍କ ମଧ୍ୟରେ ଭେଟ ହୋଇଥିଲା। ସ୍କାଲୋନି ଓ୍ବାଲର୍‌ଡ କୋଚ୍‌ ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ। ଆର୍ଜେଣ୍ଟିନା ଗତ ଡିସେମ୍ବର ୧୮ରେ କାତାର ବିଶ୍ୱକପ୍‌ ଜିତିବା ପରେ ସ୍କାଲୋନିଙ୍କ ଚୁକ୍ତି ମିଆଦ ଶେଷ ହୋଇଥିଲା। ପରେ ଦୀର୍ଘ ମିଆଦି ଚୁକ୍ତି ହୋଇଛି। ସୂଚନାଯୋଗ୍ୟ, ସ୍କାଲୋନି ୨୦୧୮ଶେଷ ଭାଗରେ କାମଚଳା ଦାୟିତ୍ୱ ନେବା ପରେ ଅଭିଜ୍ଞତା ଅଭାବରୁ ସମାଲୋଚନାର ପାତ୍ର ହୋଇଥିଲେ। କାରଣ ସେତେବେଳେ ଗୋଟିଏ ହେଲେ ପ୍ରଫେସନାଲା ଟିମ୍‌କୁ କୋଚିଂ ଦେଇ ନ ଥିଲେ। ବର୍ଷକ ପରେ ତାଙ୍କୁ ପଦବୀରେ ନିୟମିତ କରାଯାଇଥିଲା। ସ୍କାଲୋନିଙ୍କ ତତ୍ତ୍ୱାବଧାନରେ ଆର୍ଜେଣ୍ଟିନା ୨୮ ବର୍ଷରେ ପ୍ରଥମ ଥର ୨୦୨୧ କୋପା ଆମେରିକା ଜିତିଥିଲା। ବିଶ୍ୱକପ୍‌ ୨୦୨୬ ବିଶ୍ୱକପ୍‌ ପର୍ଯ୍ୟନ୍ତ ସ୍କାଲୋନି ତାଙ୍କ ପଦବୀରେ ରୁହନ୍ତୁ ବୋଲି ଅଧିନାୟକ ଲିଓନେଲ ମେସି ଓ ଅନ୍ୟ କେତେଜଣ ପ୍ରମୁଖ ଖେଳାଳି ଚାହିଁଥିଲେ।

Share