ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର ପ୍ରତିବଦ୍ଧତାକୁ ଦୋହରାଇ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ଇଶାକ ଦାର କହିଛନ୍ତି, ଭାରତ-ପାକିସ୍ତାନ ସମ୍ପର୍କକୁ ସୁଦୃଢ କରୁଥିବା ସରକାର ପ୍ରତ୍ୟେକ ପଦକ୍ଷେପ ନେବାକୁ ଚାହୁଁଛନ୍ତି। ପାକିସ୍ତାନ ଜମ୍ମୁ କଶ୍ମୀରର ସମସ୍ୟାର ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚାହୁଁଛି, ଯାହା ବାଧା ସୃଷ୍ଟି କରୁଛି। ପାକିସ୍ତାନର ନ୍ୟାଶନାଲ୍‌ ଆସେମ୍ଭଲିର ଅଧିବେଶନ ଚାଲିଛି, ଯେଉଁଥିରେ ଭାରତ ସହ ସମ୍ପର୍କକୁ ନେଇ ପାକିସ୍ତାନ ସରକାରଙ୍କୁ ପ୍ରଶ୍ନ କରାଯାଇଥିଲା।
ଇଶାକ ଆହୁରି ମଧ୍ୟ କହିଛନ୍ତି, ନିକଟରେ ଭାରତ ଏପରି କିଛି ପଦକ୍ଷେପ ନେଇଛି,ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ କ୍ଷତି ପହଞ୍ଚାଇଛି। ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ପାଇଁ ଗଠନମୂଳକ ପଦକ୍ଷେପ ନେବାକୁ ସେ ଭାରତକୁ ଅନୁରୋଧ କରିଛନ୍ତି। ପିଓକେରେ ଘଟିଥିବା ଘଟଣା ପରେ ପାକିସ୍ତାନ ସରକାର ଭୟଭୀତ ହୋଇଯାଇଛି। ନିକଟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପିଓକେ ପରିଦର୍ଶନ କରିଥିଲେ। ଏହା ବ୍ୟତୀତ ଇଶାକ ଦାର ଚାଇନା ଗସ୍ତ କରି କଶ୍ମୀର ପ୍ରସଙ୍ଗରେ ଚାଇନାଠାରୁ ସାହାଯ୍ୟ ମାଗିଛନ୍ତି। ଇଶାକ ଦାର ମଧ୍ୟ ଭାରତ ସହ ଉତ୍ତମ ସମ୍ପର୍କକୁ ସମର୍ଥନ କରିଛନ୍ତି।

Share