ଭୁବନେଶ୍ୱର,୨୬।୯ (ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବୁଧବାର ଭବାନୀପାଟଣାରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବୌଦ୍ଧ ଓ ଅନୁଗୋଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାରୁ ଉଭୟ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ଦୁଇ ଜିଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ହେବାର ସମ୍ଭାବନା ଥିବାବେଳେ କଚ୍ଚା ରାସ୍ତା ଓ ଘର କ୍ଷତିଗ୍ରସ୍ତ ହୋଇପାରେ। ଯାତାୟାତ ବାଧାପ୍ରାପ୍ତ ହେବା ସହ ଚାଷକାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇପାରେ। ଏ ନେଇ ସତର୍କ ରହିବା ପାଇଁ ପାଣିପାଗ କେନ୍ଦ୍ର ଅବଗତ କରାଇଛି। ଅନ୍ୟପଟେ ବାଲେଶ୍ୱର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ସମେତ ୨୧ ଜିଲାକୁ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ରହିଛି।

କେନାଲକୁ ଖସିଲା କାର୍: କଟକ ବିଜେଡି ଉପସଭାପତି ମୃତ
ମାଣିଆବନ୍ଧ,୨।୪ (ଅଖିଳ କୁମାର ସାହୁ):କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆସ୍ଥିତ ରେଙ୍ଗାଲି ଦକ୍ଷିଣ କେନାଲରେ ସୋମବାର ସନ୍ଧ୍ୟାରେ ଏକ କାର୍ କେନାଲ ଭିତରକୁ ଖସିପଡ଼ିଛି।...

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା: ଘର ଭାଙ୍ଗିଲ, କ୍ଷତିପୂରଣ ଦିଅ
ନୂଆଦିଲ୍ଲୀ,୨ା୪ (ପି.ଟି.):ଆଇନଗତ ପ୍ରକ୍ରିୟାର ଅନୁପାଳନ ନ କରି ବେଆଇନ ଭାବେ ଘର ଭଙ୍ଗାଯିବା ଘଟଣାରେ ସୁପ୍ରିମକୋର୍ଟ ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ଏବଂ ପ୍ରୟାଗରାଜ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ...

ଟଙ୍କା ଅପେକ୍ଷାରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ: ଆଗେଇପାରୁନି ଫେରସ୍ତ ପ୍ରକ୍ରିୟା
ଭୁବନେଶ୍ୱର,୨ା୪(ସୁନିତ୍ ମିଶ୍ର):ରାଜ୍ୟରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରେ ରହିଛି। ଅନେକ ଲକ୍ଷ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ, ଯେଉଁମାନେ ନିଜ କଷ୍ଟ ଉପାର୍ଜିତ ଅର୍ଥକୁ ଚିଟ୍ଫଣ୍ଡ...

ହୁ ହୁ ହୋଇ ବଢୁଛି ସୁନା ଦର: ୯୪ ହଜାର ଟପିଲା
ନୂଆଦିଲ୍ଲୀ,୨ା୪(ପି.ଟି.):ସୁନା ଦର ମଙ୍ଗଳବାର ୨,୦୦୦ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ୧୦ ଗ୍ରାମ ପ୍ରତି ମୂଲ୍ୟ ସର୍ବାଧିକ ୯୪,୧୫୦ ଟଙ୍କାରେ ପହଞ୍ଚତ୍ଛି। ଷ୍ଟକିଷ୍ଟ ଏବଂ ଜୁଏଲର୍ସ...

ଅବସର ନେଲେ ଗଞ୍ଜାମ ସିଡିଏମଓ
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମଓ) ବିଜୟ କୁମାର ପଣ୍ଡା ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି। ଏନେଇ ବ୍ରହ୍ମପୁରସ୍ଥିତ ତାଙ୍କ...

ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ
ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଗଠନ ଓ ବରଗଡ଼ ଜିଲା ଗଠନ ଦିବସ ଅବସରରେ ଜିଲା କଂଗ୍ରେସ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ଅଟିଜିମ୍ ଦିବସ
ଅଟିଜିମ୍ ଏକ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ। ଏହି ସମସ୍ୟା କେବଳ ଭାରତରେ ନୁହେଁ ବରଂ ବିଶ୍ବସ୍ତରରେ ମଧ୍ୟ ଏକ ଚିନ୍ତାଜନକ ବିଷୟ ଭାବେ ଉଭା ହୋଇଛି।...

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ
ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...