କ୍ୱିଭ୍,୯।୩ : ୟୁକ୍ରେନର ମାରିଅପୋଲରେ ରୁଷିଆର ଆକ୍ରମଣ ପରେ ରାସ୍ତାରେ ପଡ଼ିଥିବା ମୃତଦେହଗୁଡ଼ିକରୁ ସହରର ବିନାଶର ଦୃଶ୍ୟ ସ୍ପଷ୍ଟ ଦେଖାଯାଉଛି। ଅନେକ ଦିନ ଧରି ଭୋକିଲା ଲୋକମାନେ ଖାଦ୍ୟ ସନ୍ଧାନରେ ଦୋକାନଗୁଡ଼ିକର ତାଲା ଭାଙ୍ଗୁଛନ୍ତି। ମୃତଦେହ ଏବଂ ଭୋକିଲା ଗୋଟିଏ ସ୍ଥାନରେ ରହିଛନ୍ତି।
ବରଫ ତରଳାଇବା ଏବଂ ଶୋଷ ମେଣ୍ଟାଇବା ପାଇଁ ଏହାକୁ ପିଇବା କାର୍ଯ୍ୟ ଭୋକିଲା ଲୋକେ କରୁଥିବାରୁ ଦେଖିବାକୁ ମିଳୁଛି। ପ୍ରିୟପରିଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହ ଥମୁନଥିବାବେଳେ କୋହ ବଢ଼ିବାରେ ଲାଗିଛି।
ନ୍ୟୁଜ ଏଜେନ୍ସି ଏପି ରିପୋର୍ଟ ଅନୁଯାୟୀ, ମହିଳା ଏବଂ ଶିଶୁଙ୍କ ଅବସ୍ଥା ଅତି ଦୟନୀୟ ସ୍ଥିତିରେ ପହଞ୍ଚିଛି। ମାରିଅପୋଲ ସହରର ଜନସଂଖ୍ୟା ପ୍ରାୟ ୪୩୦,୦୦୦। ରୁଷିଆର ଆକ୍ରମଣ ପରେ ମାନବିକ ସଙ୍କଟ ଆହୁରି ବଢ଼ିବାରେ ଲାଗିଛି।
ଏବେ ଦୁଇ ଦେଶରେ ଆରମ୍ଭ ହୋଇଥିବା ଶାନ୍ତି ପ୍ରୟାସ ଦ୍ୱାରା ସ୍ଥିତିରେ ସୁଧାର ଆସିବାର ଆଶା କରାଯାଉଛି। ଜାତିସଂଘର ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ ଲକ୍ଷ ଲୋକ ୟୁକ୍ରେନ ଛାଡିଛନ୍ତି। ସେମାନଙ୍କ ମଧ୍ୟରେ ୮ ଲକ୍ଷରୁ ଅଧିକ ଶିଶୁ ଅଛନ୍ତି।