ଯୁଦ୍ଧର ଛାତିଥରା ଦୃଶ୍ୟ,ବୁଚା ସହରରେ ଗୋଟିଏ କବରରେ ୩୦୦ରୁ ଅଧିକ ମୃତଦେହ…

କ୍ୱିଭ୍‌, ୩।୪ : ୟୁକ୍ରେନ ରାଜଧାନୀ କ୍ୱିଭ୍‌ ନିକଟରେ ଅବସ୍ଥିତ ବୁଚା ସହରରୁ ଯୁଦ୍ଧର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଗୋଟିଏ କବରରୁ ୩୦୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଛି। ଏହା ବ୍ୟତୀତ ବହୁ ଲୋକଙ୍କ ମୃତଦେହ ରାସ୍ତାରେ ଖଣ୍ଡିଆ ଖାବରା ଅବସ୍ଥାରେ ଅବସ୍ଥାରେ ମଧ୍ୟ ଦେଖିବାକୁ ମିଳୁଛି।

ୟୁକ୍ରେନ୍‌ ଜରୁରୀକାଳୀନ ସେବା ଦ୍ୱାରା ପଠାଯାଇଥିବା ଉଦ୍ଧାରକାରୀ ଦଳ ଭାଙ୍ଗିରୁଜି ଯାଇଥିବା ଅଳିଆ ଗଦାରେ ବଞ୍ଚିଥିବା ଲୋକଙ୍କୁ ଖୋଜୁଛନ୍ତି। ସେହିପରି ମୃତଦେହକୁ ଖୋଜିବା କାମ ମଧ୍ୟ କିଛି ଅଟ୍ଟାଳିକାର ଅଳିଆ ଗଦାରେ ଚାଲିଛି। ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜୋର୍‌ସୋର୍‌ରେ ଜାରି ରହିଛି। ଫଳରେ ୟୁକ୍ରେନରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ୟୁକ୍ରେନର ଇରପିନ ସହରରେ ୬୫୦ ବିସ୍ଫୋରକ ସାମଗ୍ରୀ ମିଳିଛି। ରୁଷିଆ ସେନା ଦ୍ୱାରା ଏସବୁ ବୋମା ଫିଙ୍ଗା ଯାଇଛି। ଏହାକୁ ନିଷ୍କ୍ରିୟ କରିବା କାର୍ଯ୍ୟ ଜାରି ରହିଛି। କେତେକ ମୃତଦେହର ହାତ ପଛରେ ବନ୍ଧା ହୋଇଛି। ଏହା ରୁଷିଆ ସୈନ୍ୟଙ୍କ ବର୍ବରତାକୁ ଦର୍ଶାଉଛି।

Share