ବରଗଡ଼ରେ ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ)ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରେ ମଙ୍ଗଳବାର ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୭ତାରିଖ ନିଶାର୍ଦ୍ଧ ପରେ ଏବଂ ସେପ୍ଟେମ୍ବର ୮ତାରିଖ ରବିବାର ପାହାନ୍ତିଆ ପୂର୍ବରୁ ମାଁ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଭୋଗ ସମ୍ପାଦନ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। ଆସନ୍ତା ସେପ୍ଟେମ୍ବର ୮ତାରିଖ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ସିଂହ ୨୪ ରବିବାର ଦିନ ସ୍ବାତୀ ନକ୍ଷତ୍ରେ ତୁଳଚନ୍ଦ୍ରେ ବିଶୁଦ୍ଧ ତୁଳଲଗ୍ନେ ଅମୃତବେଳାର ଶେଷସ୍ପର୍ଶରେ ପୂର୍ବାହ୍ନ ୯ଟା ୩୫ମିନିଟ୍‌ ଗତେ ଏବଂ ୧୦ଘଣ୍ଟା ୪ମିନିଟ୍‌ ମଧ୍ୟେ ସର୍ବସାଧାରଣ ନିଜ ନିଜ ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ କରି ନବାନ୍ନ ଭକ୍ଷଣ କରି ପାରିବେ ବୋଲି ପଣ୍ଡିତମାନେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରିଛନ୍ତି। ଲଗ୍ନ ଧାର୍ଯ୍ୟ ସମୟରେ ପଣ୍ଡିତ ଶିବଶଙ୍କର ଦାଶ, ପଣ୍ଡିତ ଚୂଡ଼ାମଣି ରଥ, ପଣ୍ଡିତ ବିଘ୍ନରାଜ ଦାଶ, ପଣ୍ଡିତ ସୁଧାଂଶୁ ଦାଶ, ପଣ୍ଡିତ ବିଷ୍ଣୁଦୟା ଦାଶ, ପଣ୍ଡିତ ଆୟୁଷ୍ମନ୍ତ ଷଡ଼ଙ୍ଗୀଙ୍କ ସମେତ ସମଲେଶ୍ୱରୀ ସଂଘ, ଶ୍ୟାମାକାଳୀ ମନ୍ଦିର ଏବଂ ଦୁର୍ଗା ମନ୍ଦିର କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଗଛରେ ବାନ୍ଧି କଲେଜ୍‌ ଛାତ୍ରୀଙ୍କୁ ଗଣବଳାତ୍କାର

ନୟାଗଡ଼/ ଭାପୁର, ୨୬।୧୦(ଲୋକନାଥ ମିଶ୍ର/ ଭରତ କୁମାର ବେହେରା):ନୟାଗଡ଼ ପୋଲିସ ଜିଲାର ଫତେଗଡ଼ ଥାନା ଅନ୍ତର୍ଗତ ପିଠାଖାଇ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ...

ଦାରିଙ୍ଗବାଡିରେ ଯୋଗ ଦେଲେ  ନୂତନ  ବିଡିଓ  ପ୍ରୀତିରଞ୍ଜନ ରଥ  

ଦାରିଙ୍ଗବାଡି,୨୫।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକରେ ନୂତନ ବିଡିଓ ଭାବେ ଶୁକ୍ରବାର ପ୍ରୀତିରଞ୍ଜନ ରଥ ଦାୟିତ୍ୱ ଗ୍ରହଣ କରିଛନ୍ତ। ସେ ନବରଙ୍ଗପୁର...

ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ

ଉମରକୋଟ/ ତେନ୍ତୁଳିଖୁଣ୍ଟି, ୨୫।୧୦(ସନ୍ତୋଷ ଶତପଥୀ/ ଚିଦାନନ୍ଦ ସାହୁ): ବିନା ଲାଇସେନ୍ସରେ ବାଣ ରଖାଯାଇଥିବା ଖବରପାଇ ଉମରକୋଟ ପୋଲିସ ଏକ ଗୋଦାମରେ ଚଢ଼ାଉ କରିଛି। ସେଠାରୁ ପୋଲିସ...

୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ

ଫତେଗଡ,୨୫।୧୦: ୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଲା ମାଆ। ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ ଜିଲା ଫତେଗଡ ଥାନା ଅଞ୍ଚଳରେ ଘଟିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri