ଟିପିସିଓଡିଏଲ୍‌ ପକ୍ଷରୁ ୧୦୬ ଛାତ୍ରୀଛାତ୍ରଙ୍କୁ ଶିକ୍ଷାବୃତ୍ତି

ଭୁବନେଶ୍ୱର,୧୮।୮:ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୨-୨୩ ଶିକ୍ଷାବର୍ଷର ଦଶମ, ଦ୍ୱାଦଶ ଏବଂ ସ୍ନାତକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୧୦୬ ଜଣ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଥିଲା। ବିଶେଷକରି ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଟିପିସିଓଡିଏଲ୍‌ ପକ୍ଷରୁ ଏକ ସମ୍ମାନ ସମାରୋହ ଓ ସ୍ମାରକୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହା ଏକତାର ଭାବ, ସାହସ ଓ ଶିକ୍ଷା ସଫଳତାକୁ ପ୍ରତିଫଳିତ କରିଥିଲା। ଏପରିକି ଟିପିସିଓଡିଏଲ୍‌ର କର୍ପୋରେଟ୍‌ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ପ୍ରଗତି ଓ ଆତ୍ମନିର୍ଭରଶୀଳତା ଆଡ଼କୁ ରାଷ୍ଟ୍ରର ଯାତ୍ରାକୁ ଆଗେଇ ନେଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ଦେଶର ସାର୍ବଭୌମତ୍ୱର ସୁରକ୍ଷା ଲାଗି ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରୁଥିବା ଯୁଦ୍ଧ ନାୟକମାନଙ୍କୁ ସହୃଦୟତାର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଆମ ସ୍ବାଧୀନତାକୁ ସୁରକ୍ଷିତ ରଖିବାରେ ଅତୁଳନୀୟ ସାହସ ଓ ସମର୍ପଣ ପ୍ରଦର୍ଶନ କରିଥିବା ସାହସ ବ୍ୟକ୍ତିମାନଙ୍କୁ ଏହି ଅବସରରେ ଟିପିସିଓଡିଏଲ୍‌ ସମ୍ମାନିତ କରିଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ୩ ଯୁଦ୍ଧ ନାୟକ ୱିଙ୍ଗ୍‌ କମାଣ୍ଡର ଜିପିବି ଚୌଧୁରୀ, ଲ୍ୟୁଟ୍‌ନାଣ୍ଟ କଲୋନେଲ ବି.ବି.ଶତପଥୀ ଏବଂ ସେନା ମେଡାଲ୍‌ ଓ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ମେଜର ଜେନେରାଲ ଭବାନୀ ଏସ୍‌.ଦାସ ଉପସ୍ଥିତ ରହି ଯୁଦ୍ଧ ସମୟରେ ସେମାନଙ୍କ ସାହସିକ ସେବା ଓ ବଳିଦାନର ଅଭିଜ୍ଞତା ବାଣ୍ଟିଥିଲେ।
ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଭାରତର ସ୍ବାଧୀନତା ପାଇଁ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆମେ ଏହି ୭୭ ତମ ସ୍ବାଧୀନତା ଦିବସରେ ମନେପକାଉଛୁ। ଆମ ମହାନ୍‌ ଦେଶର ମୂଳଦୁଆ ପକାଇଥିବା ଏହି ଯୁଦ୍ଧ ନାୟକମାନଙ୍କୁ ଆଜିର ଐତିହାସିକ ଦିନରେ ଆମେ ସଲାମ କରୁଛୁ। ବିଶେଷକରି ୨୦୨୨-୨୩ ଶିକ୍ଷା ବର୍ଷର ଦଶମ,ଦ୍ୱାଦଶ ଓ ସ୍ନାତକ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ଆମେ ଶିକ୍ଷାରେ ଉତ୍କର୍ଷ ପାଇଁ ସଲାମ କରୁଛୁ। ଏହି ମହାନ୍‌ ଅବସରରେ ସେ ଯୁଦ୍ଧ ନାୟକ, ଅଭିଭାବକ ଓ ପିଲାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଦେଶାତ୍ମବୋଧକ ବନ୍ଦନା ଓ ପ୍ରେରଣାଦାୟୀ ବକ୍ତୃତା ଆଦି ଆୟୋଜନ କରାଯାଇଥିଲା, ଯାହା ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଦେଶପ୍ରେମ ଓ ଏକତାର ଭାବ ଜାଗ୍ରତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଷ୍ଟକ୍‌ ମାର୍କେଟର ଐତିହାସିକ ରେକର୍ଡ

ମୁମ୍ବାଇ,୨୧।୯: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ମଧ୍ୟରେ ଭାରତୀୟ ଷ୍ଟକ ମାକେର୍ଟ ଏକ ନୂଆ ମାଇଲଖୁଣ୍ଟ ସହ ଐତିହାସିକ ରେକର୍ଡ ସ୍ଥାପନ କରିଛି। ଏପରିକି ଘରୋଇ ଶେୟାର ବଜାର...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri