Categories: ଜାତୀୟ

ସ୍କୁଲ, କଲେଜ ଛୁଟି ଘୋଷଣା କଲେ ସରକାର

ମୁମ଼୍ବାଇ,୦୯।୭: ମୟାନଗରୀ ମୁମ଼୍ବାଇରେ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁସାରେ ଆଜି ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଗତକାଲି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ମୁମ଼୍ବାଇରେ ସ୍କୁଲ ଏବଂ କଲେଜ୍‌ ଛୁଟି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ସୂଚନା ଥାଉକି, ସୋମବାର ବର୍ଷାରେ ସହରର ସ୍ଥିତି ବେହାଲ ହୋଇଥିଲା । ରାସ୍ତାଘାଟରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜିଥିଲା । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ବର୍ଷା କାରଣରୁ ମୁମ଼୍ବାଇ ସହର ଏବେ ଜଳାର୍ଣ୍ଣବ ହୋଇ ରହିଛି । ଟ୍ରେନ୍‌, ବସ୍‌ ଚଳାଚଳ ଏବଂ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଗାଡ଼ି ମଟର ସ଼୍ବଭାବିକ ଭାବେ ଜାତାୟତ କରିପାରୁନଥିବାରୁ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜୁଛି । ବର୍ଷା କାରଣରୁ ମୁମ଼୍ବାଇ ବିମାନ ବନ୍ଦରରେ ସୋମବାର ୫୦ ବିମାନ ଉଡ଼ାଣକୁ ବାତିଲ୍‌ କରାଯାଇଥିଲା । ଏହାଛଡ଼ା ମୁମ଼୍ବାଇ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୨୭ଟି ଫ୍ଲାଇଟ୍‌କୁ ଅନ୍ୟ ବିମାନ ବନ୍ଦରରେ ଅବତରଣ କରିବକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Share