ବିଦ୍ୟାଳୟର ବାର୍ଷିକୋତ୍ସବ: ‘ଶୃଙ୍ଖଳା ହିଁ ସଫଳତାର ଚାବିକାଠି’

ଦିଗପହଣ୍ଡି,୫ା୩(ଅଶେଷ ନାଥ ମିଶ୍ର)” ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୂଷୁଣ୍ଡା ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବୁଧବାର ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।  ସହକାରୀ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ  ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜେ. ତ୍ରିନାଥ, ସିଆରସିସି ମନୋଜ କୁମାର ବେହେରା, ବୁରୁଡାଙ୍ଗ ଗ୍ରାମ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଭିମନ୍ୟୁ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶୃଙ୍ଖଳା ହିଁ ସଫଳତାର ଚାବିକାଠି ହୋଇଥିବାରୁ ଛାତ୍ରୀ ଛାତ୍ର ମାନେ ବିଦ୍ୟା ଅଧ୍ୟୟନ ସାଙ୍ଗକୁ ଶୃଙ୍ଖଳା ଦିଗରେ ଯଥେଷ୍ଟ ଧ୍ଯାନ ଦେବାକୁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷୟିତ୍ରୀ ସ୍ମିତାମୟୀ ତ୍ରିପାଠୀ, ଗିତାଞ୍ଜଳି ଆଚାରୀ, ଇପସିତା ପଟ୍ଟନାୟକଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯା ସଦସ୍ୟ ବୃନ୍ଦ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନରେ ବସିବି : ପିସିସି ସଭାପତି

ଥୁଆମୁଳ ରାମପୁର,୨୪।୪-(ଦୁର୍ଗା କୀର୍ତ୍ତି):- କଥା ଦେଇ କଥା ରଖୁନାହି ଉତ୍କଳ ଆଲୁମିନା କମ୍ପାନୀ l ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ସହ...

ଗ୍ରାମାଞ୍ଚଳ ବିକାଶରେ ପଞ୍ଚାୟତର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୨୪ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ...

ତପସ୍ବିନୀ ଟ୍ରେନ୍‌ ରହଣି ପାଇଁ ଡିଆରଏମ୍‌ଙ୍କ ନିକଟରେ ଦାବି

କେସିଙ୍ଗା,୨୪ା୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ୍‌ ରେଳ ଷ୍ଟେଶନରେ ୨ ମିନିଟ୍‌ ତାପସ୍ବିନୀ ଟ୍ରେନ୍‌ ରହଣି ସମେତ ବିଭିନ୍ନ ସମସ୍ୟା ଉପରେ...

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

ଗୌଡ଼ ଗାଁରେ ସିରିଜ୍‌ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍‌ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର...

ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା...

ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ...

ଭିତ୍ତିଭୂମି ବିକାଶରେ ଦ୍ୱିତୀୟ ସ୍ଥାନରେ ବଡ଼ ପାଟଣା ପଞ୍ଚାୟତ

ପାଟଣା,୨୪।୪(ବୀର କିଶୋର ଦାଶ): କେନ୍ଦୁଝରରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଗୁରୁବାର କେନ୍ଦୁଝର ଅଡିଟୋରିୟମରେ ପାଳିତ ହୋଇଯାଇଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସଫଳତା ପାଇଁ ପାଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image