ସାନିଟାଇଜର ପିଇ ୩ ଆଥ୍‌ଲେଟ ହସ୍ପିଟାଲରେ ଭର୍ତ୍ତି

ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ ଆଥଲେଟମାନେ ଯୋଗଦେଇଥିଲେ। ସେମାନଙ୍କୁ ପାଣି ବଦଳରେ ସାନିଟାଇଜର ପିଇବା ପାଇଁ ଦିଆଯାଇଥିବା ଜଣାପଡିଛି। ପାଣି ରହିବା ସ୍ଥାନରେ ସାନିଟାଇଜର ରଖାଯାଇଥିବା କାରଣରୁ ଏଭଳି ଘଟଣା ଘଟିଥିବା ୟାମାନାଶି ହାଇସ୍କୁଲ ସ୍ପୋଟର୍‌ସ ଫେଡେରେଶନ ପକ୍ଷରୁ ଅବଗତ କରାଯାଇଛି।

Share