Categories: ଜାତୀୟ

ଜଲିଗଲା ସ୍କୁଲ ବସ୍‌

ଜଳନ୍ଧର,୪।୫: ପଞ୍ଜାବର ବଟାଲାରେ ଏକ ଅଭାବନୀୟ ଘଟଣା ଘଟିଛି। କିଲା ଲାଲ ସିଂରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଜଳିଯାଇଛି। ଫଳରେ ୩ ପିଲା ପୋଡିଯାଇଛନ୍ତି। ବସ୍‌ରେ ପ୍ରାୟ ୩୦ ସ୍କୁଲ ପିଲା ଥିଲେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା।
ନିଆଁ ଏତେ ଭୟଙ୍କର ଥିଲା ଯେ ପୂରା ବସ ପୋଡି ଯାଇଥିଲା। ପିଲାମାନଙ୍କର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କରିଥିଲେ। ଦୁର୍ଘଟଣାର ଖବର ଆସିବା ମାତ୍ରେ ଅଭିଭାବକମାନେ ଭୟଭୀତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ।
ସୂଚନାନୁସାରେ, ଶ୍ରୀ ଗୁରୁ ହରରାଏ ପବ୍ଲିକ ସ୍କୁଲର ବସ୍‌ ପିଲାମାନଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ଭାରସାମ୍ୟ ହରାଇ କ୍ଷେତରେ ଓଲଟି ପଡି ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ପିଲାମାନଙ୍କୁ ନିଆଁରୁ ଉଦ୍ଧାର କରିଥିବାବେଳେ ଜଳିଯାଇଥିବା ପିଲାମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।

Share