Advertisement

ଛାତ୍ରୀଛାତ୍ରଙ୍କୁ ଆଣୁଥିବା ବେଳେ ଟ୍ରକକୁ ପିଟିଲା ସ୍କୁଲ ବସ୍‌

ଘସିପୁରା,୭।୧(ନିରଞ୍ଜନ ସାହୁ): ଗାଡ଼ି ଚାଳକଙ୍କ ବେପରୁଆ ଯୋଗୁ ଏକ ଘରୋଇ ସ୍କୁଲ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଣାରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଏବଂ ଗାଡିର ହେଲ୍‌ପର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଘସିପୁରା ଥାନା ଗୋହିରାସ୍ଥିତ ଘରୋଇ ଇଂଲିଶ ମିଡିୟମ ସ୍କୁଲର ଏକ ବସ୍‌ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ଧରି ବିଦ୍ୟାଳୟ ଆସୁଥିବା ବେଳେ ସ୍ଥାନୀୟ ଏକ ପେଟ୍ରୋଲପମ୍ପ ନିକଟରେ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ୨ଜଣ ଛାତ୍ର, ଜଣେ ଶିକ୍ଷୟିତ୍ରୀ ଓ ଗାଡିର ହେଲ୍‌ପର ଆହତ ହୋଇଛନ୍ତି। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାପଡିଛି।

ବସ୍‌ ଚାଳକଙ୍କ ପେପରୁଆ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଖବର ପାଇ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଣାଗ୍ରସ୍ତ ବସ୍‌କୁ ଜବତ କରିଛି। ଏହା ସହିତ ଚାଳକଙ୍କ ଲାଇସେନ୍ସ ଜବତ କରାଯାଇଛି। ଏମ୍‌ଭି ଆକ୍ଟ ୧୮୪/୨୪ରେ ଏକ ମାମଲା ରୁଜୁ କରାଯାଇ ଚାଳକଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଜିଲା ପରିବହନ ବିଭାଗକୁ ସୂଚନା ଦିଆଯାଇଥିବା ଘସିପୁରା ଥାନା ଅଧିକାରୀ ସୁନୀଲ କୁମାର କର ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share