ଗୟା.୧୧।୧୧: ବିହାରର ଗୟାରେ ଓଲଟି ପଡିଲା ସ୍କୁଲ ବସ। ବସରେ ଥିଲେ ୧୪ଜଣ ଛାତ୍ରୀଛାତ୍ର। ସହରର ମଗଧ ମେଡିକାଲ ଥାନା ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି। ଏହି ଘଟଣାରେ ୧୪ଜଣ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ ମଗଧ ମେଡିକାଲା ଥାନା ଅଧ୍ୟକ୍ଷ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ମଗଧ ମେଡିକାଲରେ ଭର୍ତ୍ତି କରିଛନ୍ତି।
ସବୁ ଛାତ୍ରଙ୍କୁ ମଗଧ ମେଡିକାଲରେ ଏମରଜେନ୍ସି ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ତେବେଥାନାଧ୍ୟକ୍ଷ ଶୈଳଶ କୁମାର କହିଛନ୍ତି, ସକାଳୁ ସକାଳୁ ବସ ସ୍କୁଲକୁ ଯାଉଥିଲା। ଏହି ସମୟରେ ରାସ୍ତାରେ ଡମ୍ଫର ଆସିବାରୁ ତାକୁ ସାଇଡ ଦେବାକୁ ଯାଇ ବସ ଓଲଟି ପଡିଥିଲା।