ଦାରିଙ୍ଗବାଡି, ୧୪।୪, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହିର ଛାତ୍ରୀଛାତ୍ରମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଣା ସଂକ୍ରାନ୍ତି ଅବସରରେ ପାରମ୍ପରିକ ପଣା ଏବଂ ପାଣି ବଣ୍ଟନ କରିଛନ୍ତି । ଏଭଳିକି ରାସ୍ତାରେ ଯାଉଥିବା ଯାତ୍ରୀ ଏବଂ ଅଞ୍ଚଳବାସୀଙ୍କୁ ନିଜ ପଣା ବଣ୍ଟନ ଷ୍ଟଲକୁ ଡାକି ଆଣି ତାଙ୍କୁ ପଣା ଓ ପାଣି ଦେଇ ତୃଷା ମେଣ୍ଟାଇଛନ୍ତି ଏଭଳି ଉଦ୍ୟମ ଚଳିତ ବର୍ଷକୁ ମିଶି ୩ ବର୍ଷ ହେଲା କରାଯାଉଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଆୟୁଷ୍ମାନ ସାହୁଙ୍କ ନେତୃତ୍ୱରେ ବ୍ଲକ କଲୋନୀର ଛାତ୍ରୀ ଆଦ୍ୟାଶ୍ରୀ ସାହୁ, ଆୟୁଷ, ବିବେକ ସାହୁ , ସାଇ ରାମ ପତି , ରୋଶନ ସାହୁ , ଆରୁଷି ସାହୁ ପ୍ରମୁଖ ଏହି କାର୍ଯ୍ୟକରୁଛନ୍ତି। ଗ୍ରୀଷ୍ମ ଋତୁରେ ପିଲାମାନଙ୍କର ଏହି କାର୍ଯ୍ୟକ୍ରମକୁ ନେଇ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।


