ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ବନ୍ଦ

ସମ୍ବଲପୁର ଅଫିସ,୧୬।୪: ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧିକୁ ଆଉ ୨ ଦିନ ବଢାଇ ଦିଆଯାଇଛି। ସୋମବାର ଏବଂ ମଙ୍ଗଳବାର ୨ ଦିନ ବନ୍ଦ ରହିବ ସ୍କୁଲ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୨ ତାରିଖଠାରୁ ୧୬ତାରିଖ ଯାଏ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ଆସନ୍ତା ୧୭ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ।

 

Share