ବିଦ୍ୟାଳୟ ବନ୍ଦ: ଗାଈ, ମଇଁଷି ଚରାଉଛନ୍ତି ପିଲା

କୋରୁକୋଣ୍ଡା,୨୦।୭(ଡି.ଏନ.ଏ): କରୋନା କଟକଣା ଯୋଗୁ ବିଦ୍ୟାଳୟ କେବେ ଖୋଲିବ ତାହା ରାଜ୍ୟ ସରକାର ଏଯାଏ ସ୍ପଷ୍ଟ ଭାବେ ଘୋଷଣା କରି ନାହାନ୍ତି। ଏହି ସମୟରେ ମାଲକାନଗିରି ଜିଲାର କେତେକ ଛାତ୍ରୀଛାତ୍ର ପାଠପଢ଼ାରୁ ବଞ୍ଚିତ ହୋଇ ନିଜ ପରିବାର ଭରଣପୋଷଣ ନିମନ୍ତେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସମସ୍ତଙ୍କ ନିକଟରେ ମୋବାଇଲ ଫୋନ୍‌ ନାହିଁ। ଯାହା ପାଖରେ ଅଛି ନେର୍ଟୱାର୍କ ଯୋଗୁ ବାଧା ଉପୁଜୁଥିବାରୁ ଅନ୍‌ଲାଇନ୍‌ ପାଠପଢ଼ାରୁ ସେମାନେ ବଞ୍ଚିତ ହେଉଛନ୍ତି। ତେଣୁ ଛାତ୍ରୀଛାତ୍ରମାନେ ଗାଈ, ଛେଳି, ମେଣ୍ଢା, ମଇଁଷି ଚରାଇବା ସହ ଛତୁ ସଂଗ୍ରହ ପରି କାମ କରୁଛନ୍ତି। ଏଥିସହ ସେମାନେ ଚାଷ ଜମିରେ ତଳି ରୋଉଛନ୍ତି। ଏ ନେଇ କିଛି ଛାତ୍ରୀଛାତ୍ରଙ୍କୁ ପଚାରିବାରୁ ଏବେ ଘର କାମ କରୁଛୁ, ସ୍କୁଲ ଖୋଲିଲେ ପାଠ ପଢ଼ିବାକୁ ଯିବୁ ବୋଲି କହିଛନ୍ତି।