ମୁମ୍ବାଇ,୨୧ ।୨: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇଛି । ଏହାକୁ ଦେଖି ପୁଣେରେ ସ୍କୁଲ-କଲେଜ ବନ୍ଦ କରି ଦିଆଯାଇଛି । ଏହାସହ ମହାରାଷ୍ଟ୍ର ସରକାର ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲଗାଇବା କଥା ଚିନ୍ତା କରୁଛନ୍ତି । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହାକୁ ନେଇ ଏକ ବୈଠକ କରିବେ ବୋଲି ଜଣାପଡିଛି । ତେବେ ପୁଣେରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ-କଲେଜକୁ ବନ୍ଦ କରି ଦିଆଯାଇଛି । ପୁଣେର ଡିଭିଜନାଲ କମିଶନର କହିଛନ୍ତି ରାତି ୧୧ଟାରୁ ୬ଟା ପର୍ଯ୍ୟନ୍ତ ଜରୁରୀକାଳିନ ସେବା ବ୍ୟତୀତ ଅନ୍ୟ କହାକୁ ଯାଆ ଆସ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । ସେପଟେ ଫେବୃୟାରୀ ଶେଷ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ । ଆଉ କରୋନାର ନୂଆ ଗାଇଡ ଲାଇନ ସୋମବାରଠାରୁ ଲାଗୁ ହେବ ବୋଲି ସେ କହିଛନ୍ତି ।
Posted inକରୋନା ଭାଇରସ୍, ଜାତୀୟ