ଭୁବନେଶ୍ୱର, ୨।୮: ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇପଡ଼ିଛି। ଯାହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଓ ବଲାଙ୍ଗୀରରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ବର୍ତ୍ତମାନ ବିଭିନ୍ନ ଜିଲାରେ ଦିନକ ପାଇଁ ସ୍କୁଲ ବନ୍ଦ ଘୋଷଣା ହୋଇଛି।
କଳାହାଣ୍ଡି ଜିଲାର ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହ ଅଙ୍ଗନଓ୍ବାାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ବୁଧବାର ଦିନକ ପାଇଁ ସମସ୍ତ ସ୍କୁଲ ବନ୍ଦ କରିବାକୁ ଜିଲାପାଳ ଘୋଷଣା କରିଛନ୍ତି ।
ସେହିପରି ନୂଆପଡ଼ା, ସମ୍ବଲପୁର ଓ ନୟାଗଡ଼ ଜିଲାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ବୁଧବାର ଦିନକ ପାଇଁ ବନ୍ଦ ନେଇ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନଆଯାଇଛି। ରାଜ୍ୟରେ ଆଉ ୨ ଦିନ ଅସମ୍ଭାଳ ବର୍ଷା ହେବା ସହ ବିଭିନ୍ନ ଜଲାକୁ ଆଲର୍ଟ କରାଯାଇଛି।