ବଦଳିଲା ସ୍କୁଲ ସମୟ

କଟକ,୬ା୪(କାର୍ତ୍ତିକ ସାହୁ): ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ୮ ତାରିଖ ସୋମବାରଠାରୁ ଜିଲାରେ ବିଦ୍ୟାଳୟ ସମୟସୂଚୀକୁ ପରିବର୍ତ୍ତନ କରାଯାଇଛି। ୧ମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ସକାଳ ୬.୩୦ରୁ ପାଠପଢ଼ା ଆରମ୍ଭ ହୋଇ ପୂର୍ବାହ୍ନ ୧୦.୩୦ରେ ଛୁଟି କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶ ଆଧାରରେ କଟକ ଜିଲାପାଳ ଜିଲାର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଙ୍କୁ ଶନିବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟରେ ପାନୀୟ ଜଳ ଏବଂ ଓଆର୍‌ଏସ୍‌ର ବ୍ୟବସ୍ଥା କରାଯିବା ସହ ଛାତ୍ରୀଛାତ୍ରଙ୍କ ସମସ୍ତ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଜିଲାପାଳଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share