Categories: ଜାତୀୟ

ଦିନିକିଆ ରିମାଣ୍ଡରେ ଗଲେ ଅର୍ପିତା

କୋଲକାତା,୨୪।୭: ମନିଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିନିକିଆ ରିମାଣ୍ଡରେ ନେଇଛି। ସୋମବାର ତାଙ୍କୁ ମନିଲଣ୍ଡରିଂ ନିରୋଧୀ ଆଇନ୍‌ (ପିଏମ୍‌ଏଲ୍‌ଏ) କୋର୍ଟରେ ହାଜର କରାଯିବ। ଗିରଫ ଅର୍ପିତାଙ୍କୁ ମେଡିକାଲ ଚେକ୍‌ଅପ୍‌ ପରେ ବଙ୍କଶାଲ କୋର୍ଟରେ ହାଜର କରାଯାଇଥିଲା। ଏ ମାମଲାରେ କୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିବା କୁହାଯାଇଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପରିଷଦ ଓ ପଶ୍ଚିମବଙ୍ଗ ସ୍କୁଲ ଶିକ୍ଷା ସେବା କମିଶନ ନିଯୁକ୍ତି ପରୀକ୍ଷା ଦୁର୍ନୀତି ତଦନ୍ତ କରିବାକୁ ଯାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଥିଲା। ଏହି ଚଉରେ ଅର୍ପିତାଙ୍କ ଘରୁ ନଗଦ ୨୧ କୋଟି ଟଙ୍କା ମିଳିଥିଲା।

Share