Categories: ଜାତୀୟ

‘ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି’

କୋଲକାତା,୩୦।୭: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇ ମନ୍ତ୍ରିମଣ୍ଡଳରୁ ବିଦାହେବା ଓ ତୃଣମୂଳ କଂଗ୍ରେସରୁ ନିଲମ୍ବନ ହେବା ପରେ ପାର୍ଥ ଚାଟାର୍ଜୀ ପ୍ରଥମ ଥର ପାଇଁ ଖୋଲିଛନ୍ତି। ସ୍କୁଲ୍‌ରେ ନିଯୁକ୍ତି ଦୁର୍ନୀତି ମାମଲାରେ ଷଡ଼ଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଥିବା ପାର୍ଥ କହିଛନ୍ତି। ତେବେ କିଏ ଷଡ଼ଯନ୍ତ୍ର କରିଛି, ସେ ନେଇ ପାର୍ଥ କୌଣସି ସୂଚନା ଦେଇନାହାନ୍ତି। ଜେଲ୍‌ରେ ଥିବା ପାର୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଇଏସ୍‌ଆଇ ହସ୍ପିଟାଲ ନିଆଯାଇଥିବା ବେଳେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

Share