ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ

ଭୁବନେଶ୍ୱର,୨୧।୬: ଖରାଛୁଟି ପରେ ଆଜିଠୁ ଖୋଲିଲା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସ୍କୁଲ। ହେଲେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ,ଝାରସୁଗୁଡା ଓ ବଲାଙ୍ଗିର ଜିଲାରେ ଗୁରୁବାର ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଇ ୩ ଜିଲାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସକାଳୁଆ ପାଠପଢା ହେବ। ପରେ ୨୬ ତାରିଖରୁ ନିୟମିତ ପାଠପଢା ହେବ ବୋଲି କୁହାଯାଇଛି। ଅନ୍ୟପଟେ ସୁବର୍ଣ୍ଣପୁର,ସୁନ୍ଦରଗଡ ଓ ନୂଆପଡା ଜିଲାରେ ୨୩ ତାରିଖରେ ସ୍କୁଲ ଖୋଲିବ । ୨୩ ଓ ୨୪ ତାରିଖରେ ସକାଳ ସାଢେ ୬ରୁ ସାଢେ ୯ଟା ଯାଏ ଚାଲିବ ସ୍କୁଲ ଚାଲିବ। ପରେ ୨୬ ତାରିଖ ଠାରୁ ନିୟମିତ ସମୟାନୁସାରେ ପାଠପଢ଼ା ହେବ ବୋଲି ସୂଚନା ମିଳିଛି।

Share