ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ ସ୍କୁଲରେ ପ୍ଲାଷ୍ଟିକ୍‌ ଘରେ ବସି ପାଠ ପଢ଼ିବା ଆରମ୍ଭ କରିଛନ୍ତି। ସରକାରୀ ମାର୍ଗଦର୍ଶିକା ଅନୁସାରେ କେବଳ ୨୫ ଜଣ ପିଲାଙ୍କୁ ଏକକାଳୀନ ପାଠପଢ଼ା ପାଇଁ ଅନୁମତି ପ୍ରଦାନ କରାଯାଉଛି। ବିଭିନ୍ନ ସ୍କୁଲ କର୍ତ୍ତୃପକ୍ଷ ଏହାକୁ କଡ଼ାକଡ଼ି ପାଳନ କରୁଛନ୍ତି। ପିଲା ସ୍କୁଲକୁ ଗଲେ ସାନିଟାଇଜ୍‌ କରିବା ସହିତ ହ୍ୟାଣ୍ଡ୍‌ ଓ୍ବାଶ୍‌ରେ ନିୟମିତ ଅନ୍ତରରେ ହାତ ସଫା କରୁଛନ୍ତି। ସ୍କୁଲରେ ଥିବା ସମୟରେ ମାସ୍କ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଖେଳିବା ସମୟରେ ମଧ୍ୟ ପିଲା ପରସ୍ପରଠାରୁ ଦୂରତା ଅବଲମ୍ବନ କରି ପ୍ଲାଷ୍ଟିକ୍‌ ଘରେ ବସି ସ୍କୁଲ ପରିସରରେ ଖେଳୁଛନ୍ତି। ପ୍ରତି ଟେବୁଲ ଚେୟାର ମଧ୍ୟରେ ୨ ମିଟର ଦୂରତା ରଖାଯାଉଛି। ସ୍ଥିତି ସ୍ବାଭାବିକ ନ ହେବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି।

Share