ଭବାନୀପାଟଣା,୧୦।୩(ସ୍ବ.ପ୍ର.): ଛାତ୍ରୀଙ୍କୁ ଅସଦାଚରଣ କରିବା ସ୍କୁଲ ଅଧ୍ୟକ୍ଷଙ୍କୁ ମହଙ୍ଗା ପଡ଼ିଛି। କଳାହାଣ୍ଡି ଜିଲା ଭବାନୀପାଟଣାର ଏକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି। ସ୍କୁଲରେ କାର୍ଯ୍ୟରତ ଅଧ୍ୟକ୍ଷ ରାଜୀବ ଦତ୍ତା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅଶ୍ଳିଳ ମେସେଜ ପଠାଉଥିଲେ। ଏ ନେଇ ଛାତ୍ରୀ ଜଣକ ଭୟରେ ଘରେ ନ କହି ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ସ୍ଥାନୀୟ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ. ୧୦୨/୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏତଦନ୍ତ ପରେ ସମ୍ପୃକ୍ତ ସ୍କୁଲ ଅଧ୍ୟକ୍ଷ ଦତ୍ତାଙ୍କୁ ପୋଲିସ ଗିରଫ କରି ଗୁରୁବାର ସାରେ କୋର୍ଟ ଚାଲାଣ କରିଛି।