୯ ମାସ ପରେ ଖୋଲିଲା ସ୍କୁଲ: ୬୨ ଶିକ୍ଷକ କରୋନା ପଜିଟିଭ୍‌

ମୁମ୍ବାଇ,୫।୧: ମହାରାଷ୍ଟ୍ରରେ ୯ ମାସ ପରେ ସ୍କୁଲ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି। ସୋମବାରଠାରୁ ସ୍କୁଲ ଖୋଲିଥିବାବେଳେ ଏବେ ୬୨ ଶିକ୍ଷକଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାକୁ ନେଇ ରାଜ୍ୟରେ ଆତଙ୍କ ଦେଖାଦେଇଛି। ଅଭିଭାବକମାନଙ୍କ ମଧ୍ୟରେ ଏହି ଖବର ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ରାଜ୍ୟର ୧୩୨୪ ଗ୍ରାମୀଣ ଏବଂ ସହର ଅଞ୍ଚଳରେ ଥିବା ୮୪୬ ସ୍କୁଲରେ ନବମଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ପାଠପଢ଼ା ଆରମ୍ଭ କରାଯାଇଛି। କରୋନା ମାର୍ଗଦଶିକା ଅନୁସାରେ ୭୦୬୩ ଶିକ୍ଷକ ଏବଂ ୨୫୦୦ କର୍ମଚାରୀଙ୍କ ଆର୍‌ଟି-ପିସିଆର୍‌-ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୬୨ ଶିକ୍ଷକ ଏବଂ ୧୦ କର୍ମଚାରୀଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା କୁହାଯାଉଛି।

Share