ସ୍କୁଲରେ ଗୁଳିମାଡ଼ ଘଟଣା: ୮ ଛାତ୍ରଙ୍କ ସମେତ ୯ ମୃତ

ବେଲଗ୍ରେଡ୍‌,୩ା୫ : ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଏକ ସ୍କୁଲରେ ବୁଧବାର ଜଣେ ୧୪ ବର୍ଷର ନାବାଳକ କିଛି ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ୮ ଜଣ ଛାତ୍ର ଏବଂ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ସ୍କୁଲ ଶିକ୍ଷକ କହିଛନ୍ତି, ଏହି ଗୁଳି ବିନିମୟରେ ସ୍କୁଲର ଜଣେ ସୁରକ୍ଷା କର୍ମୀଙ୍କର ମୃତ୍ୟୁ ହୋଇଛି। ସେ କହିଛନ୍ତି ଯେ, ମୁଁ ତାଙ୍କୁ ଟେବୁଲ ତଳେ ଶୋଇଥିବାର ଦେଖିଥିଲି ଯେତେବେଳେ ଦୁଇ ଝିଅଙ୍କ ଶର୍ଟରେ ରକ୍ତ ଲାଗିଥିଲା। ସେ କହିଛନ୍ତି, ସୁଟର ଶାନ୍ତ ପ୍ରକୃତିର ଜଣେ ଭଲ ଛାତ୍ର। ସେ ନିକଟରେ ତାଙ୍କ କ୍ଲାସ୍‌ରେ ଯୋଗ ଦେଇଥିଲେ। ଏହି ଗୁଳିମାଡ଼ରେ ଅନେକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗୁଳିମାଡ଼ର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୋଲିିସ ଘଟଣାର ତଦନ୍ତ କରୁଛି।

Share